www.samajalive.in
Monday, December 15, 2025
17.1 C
Bhubaneswar

ଏହି ବାଇକରେ ୨୫ ହଜାର ଟଙ୍କା ରିହାତି ଦେଉଛି କାଓ୍ବାସାକି

ନୂଆଦିଲ୍ଲୀ : କାଓ୍ବାସାକି ଇଣ୍ଡିଆ ନିଜ ମୋଟରସାଇକେଲ ରେଞ୍ଜରେ ରିହାତି ଅଫର କରୁଛି । ଏହି ସୁବିଧା କମ୍ପାନୀର ଲାଟେଷ୍ଟ ବାଇକ୍ ନିଞ୍ଜା ୩୦୦ ଉପରେ ମଧ୍ୟ ଲାଗୁ ହେଉଛି । ଏଥିରେ କମ୍ପାନୀ ୨୫ ହଜାର ଟଙ୍କାର ରିହାତି ଦେଉଛି । ରିହାତି କୁପନ ବାଇକର ଏକ୍ସ-ଶୋରୁମ୍ ଦାମରେ ଉପରେ ଲାଗୁ ହେଉଛି ଯାହା କି ୩.୪୩ ଲକ୍ଷ ଟଙ୍କା । ରିହାତି ପରେ ଏହି ମୋଟରସାଇକେଲର ଏକ୍ସ-ଶୋରୁମ୍ ଦାମ୍ ୩.୧୮ ଲକ୍ଷ ଟଙ୍କା ହୋଇଯାଇଛି । ଏହି ଅଫର ମେ ମାସ ଶେଷ ପର୍ଯ୍ୟନ୍ତ ଲାଗୁ ହେବ ।

କାଓ୍ବାସାକି ନିଞ୍ଜା ୩୦୦ ଭାରତୀୟ ବଜାରରେ ଦଶବର୍ଷରୁ ଅଧିକ ସମୟ ଧରି ରହିଛି । ଏହାର ଷ୍ଟାଇଲିଂ, ଫିଚର୍ ଏବଂ ମେକାନିକାଲ୍ ଚେଞ୍ଜେସ୍  କରାଯାଇନି । କିନ୍ତୁ ଏହି ମଡେଲ ଏବେ ପୁରୁଣା ହେବାରେ ଲାଗିଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏଥିରେ ରିହାତି ଦେଉଛି । ଯଦି ଆପଣ ଏହି ଗାଡି କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାଓ୍ବାସାକି ନିଞ୍ଜା ୩୦୦ରେ ୨୯୬ ସିସି, ପାରାଲାଲ-ଟ୍ବିନ୍, ଲିକ୍ବିଡ୍ କୁଲ୍ଡ ଇଞ୍ଜିନ ମିଳେ ଯାହା ୩୮.୮୮ ବିଏଚପିର ପାଓ୍ବର ଓ ୨୬.୧ ଏନଏମର ପିକ୍ ଟର୍କ ଉତ୍ପନ କରିଥାଏ । ଏହି ମୋଟରକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି । ଏଥିରେ ଆସିଷ୍ଟ ଓ ସ୍ଲିପର କ୍ଲଚର ଲାଭ ମିଳିବ ।

- Advertisement -

ଏଥିରେ ଟେଲିସ୍କୋପିକ୍ ଫ୍ରଣ୍ଟ ଫୋକର୍ସ ଓ ଏଲ ଲିଙ୍କ୍ଡ ମୋନୋଶକ୍ ସାମିଲ । ଉଭୟ ଟାୟାରରେ ଡିସ୍କ ବ୍ରେକ୍ ମିଳିବ । ସେଫ୍ଟି ଦୃଷ୍ଟିରୁ ଏଥିରେ ଡୁଆଲ ଚ୍ୟାନେଲ୍ ଏବିଏସ୍ ଓ ସେଫ୍ଟି ନେଟ୍ ମଧ୍ୟ ସାମିଲ । ତେବେ ଆଜିକାଲି ଏହାକୁ ଟକ୍କର ଦେବା ପାଇଁ ବଜାରରେ କେଟିଏମ୍ ଆରସି ୩୯୦, ୟାମାହା ଆର୩ ଓ ଅପ୍ରିଲିୟା ଆରଏସ୍ ୪୫୭ ଭଳି ବାଇକ୍ କମ ଦାମରେ ମିଳୁଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories