www.samajalive.in
Thursday, December 11, 2025
13.1 C
Bhubaneswar

ଗୋରୁ ବେପାରୀଙ୍କୁ ଆକ୍ରମଣ କରି ୫ଲକ୍ଷ ଟଙ୍କା ଲୁଟ୍

ପାଟଣା : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର  ଡାବରଚୁଆ ପୋଲ ନିକଟରେ ଆଜି ମଧ୍ୟାହ୍ନରେ ଡଳଙ୍ଗ ଗ୍ରାମର ଜଣେ ଗୋରୁ ବେପାରୀ ସଙ୍କୀର୍ତ୍ତନ ହାତୀଙ୍କୁ ଆକ୍ରମଣ କରି ବାଇକରେ ଆସିଥିବା ୬ ଜଣ ଲୁଟିଆ ଯୁବକ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଗୋରୁ ବେପାରୀ ଜଣଙ୍କ ବେଲଦା ସାପ୍ତାହିକ ହାଟରୁ ବ୍ୟବସାୟ ସାରି ଟଙ୍କା ନେଇ ବାଇକ୍ ଯୋଗେ ୪୯ ନମ୍ବର ଜାତୀୟ ରାଜପଥରେ ଘରକୁ ଫେରୁଥିବା ସମୟରେ ୨ ଟି ବାଇକ୍ ରେ ୬ ଜଣ ଲୁଟିଆ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁବୃର୍ତ୍ତ ମାନେ ପଛରୁ ପିଛା କରି ଡାବରଚୁଆ ନିକଟରେ ବାଇକ୍ ଆଗରେ ରଖି ଅଟକାଇବା ପରେ ସମସ୍ତ ପକେଟ୍ ଓ ଡିକି ଚେକ୍ କରି ପାଖା ପାଖି ୫ ଲକ୍ଷ ଟଙ୍କା ଲୁଟି ନେଇ ଆଖିପିଛୁଳାକେ ଫେରାର ହୋଇ ଯାଇଥିଲେ । ମୌଖିକ ସୂଚନା ପାଇ ପୁଲିସ ତୁରୁମୁଙ୍ଗା ସହ ଆଖପାଖ ସମସ୍ତ ଥାନା ପୋଲିସ ଦୁବୃର୍ତ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛନ୍ତି। ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏସ ଆଇ ରସାନନ୍ଦ ନାଏକ ଓ ତଦନ୍ତକାରୀ ଅଧିକାରୀ ଏସ ଆଇ କିଶୋର ଚନ୍ଦ୍ର ପାତ୍ର ବିଭିନ୍ନ ସ୍ଥାନରେ ଛାନ ଭିନ୍ କରିଥିଲେ ମଧ୍ୟ ସନ୍ଧ୍ୟା ୮ଟା ସୁଦ୍ଧା ଲୁଟେରାଙ୍କ ପତ୍ତା ମିଳିନାହିଁ। ଲୁଟେରାଙ୍କ ଆକ୍ରମଣରେ ଆହତ ସଙ୍କୀର୍ତ୍ତନ ପ୍ରାଥମିକ ଚିକିତ୍ସା ପରେ ଆଜି ସନ୍ଧ୍ୟାରେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories