www.samajalive.in
Tuesday, December 9, 2025
19.1 C
Bhubaneswar

ଅଭିନେତ୍ରୀ ଅଦିତି ଗୁପ୍ତା କରୋନା ସଂକ୍ରମିତ

ମୁମ୍ବଇ: ହିନ୍ଦୀ ଧାରାବାହିକ ‘ଇସ୍କବାଜ୍‍’ ଅଭିନେତ୍ରୀ ଅଦିତି ଗୁପ୍ତା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ଅଦିତିଙ୍କ କହିବାନୁସାରେ, ସେ ଯେତେବେଳେ ଶୁଂଘିବା ଶକ୍ତି ହରାଇ ବସିଲେ ସେତେବେଳେ ସେ କରୋନା ଟେଷ୍ଟ କରାଇଥିଲେ। ଏହା ପୂର୍ବରୁ ତାଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ତେବେ ଗତ ସାତ ଦିନ ଧରି ସେ ନିଜ ଘରେ କ୍ୱାରେଣ୍ଟାଇନରେ ରହିବା ସହ ସମସ୍ତ ନିୟମର ପାଳନ କରୁଛନ୍ତି ବୋଲି କହିଛନ୍ତି।ଅଦିତି କହିଛନ୍ତି ଯେ ତାଙ୍କ ପରିବାର ତାଙ୍କୁ ବହୁତ ସହଯୋଗ କରିବା ସହ ତାଙ୍କ ଉପରେ ନଜର ରଖିଛନ୍ତି। ନିଜର ଖାଦ୍ୟ ପାନୀୟର ସେ ଯଥେଷ୍ଟ ଧ୍ୟାନ ନେଉଛନ୍ତି। ତାଙ୍କର ଶୁଂଘିବା ଶକ୍ତି ମଧ୍ୟ ସୁଧୁରିଲାଣି। ଆଗକୁ ଆହୁରି ପ୍ରାୟ ୧୦ ଦିନ ସେ କ୍ୱାରେଣ୍ଟାଇନରେ ରହିବେ।

- Advertisement -

ସୂଚନାଯୋଗ୍ୟ, ଅଦିତି ହିନ୍ଦୀ ଧାରାବାହିକ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ନିକଟରେ ସେ ଲୋକପ୍ରିୟ ଧାରାବାହିକ ‘ଇସ୍କବାଜ୍’ରେ ନଜର ଆସିଥିଲେ। ୨୦୧୮ରେ କବୀର ଚୋପ୍ରାଙ୍କ ସହ ତାଙ୍କର ବିବାହ ହୋଇଥିଲା।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories