www.samajalive.in
Sunday, December 7, 2025
23.1 C
Bhubaneswar

କେନାଲ ମରାମତି କଲେ ଚାଷୀ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ କେନାଲ ମରାମତି କଲେ ତିନି ଖଣ୍ଡ ଗ୍ରାମ ବାସୀ। ବର୍ଷା ଅଭାବ ଯୋଗୁଁ ଚାଷରେ ପହଞ୍ଚି ପାରୁନି ପାଣି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁନାଖଣ୍ଡି ପଞ୍ଚାୟତ ଅଧୀନରେ ଥିବା ପୋଲ୍ଲୀଗାଁ, ଟିକରପଡା ଠାରୁ ଆରମ୍ଭ କରି ମନେଇଗୁଡ଼ା ଗ୍ରାମ ପର୍ଯ୍ୟନ୍ତ। ଚାଷ କାର୍ଯ୍ୟ ନିମନ୍ତେ ସରକାରଙ୍କ ତରଫରୁ ରାଇଲିମା ଠାରେ ଏକ ଚେକ ଡ୍ୟାମ ନିର୍ମାଣ କରାଯାଇଛି। ସୁନାଖଣ୍ଡି ଠାରୁ ରାଇଲିମା ଯିବା ରାସ୍ତା ପାର୍ଶ୍ୱରେ ଏକ ଡ୍ୟାମ ନିର୍ମାଣ କରାଯାଇଛି । ଉକ୍ତ ଡ୍ୟାମରୁ ଚାଷୀଙ୍କୁ ପାଣି ଯୋଗାଇବା ନିମନ୍ତେ ସମ୍ପୃକ୍ତ ବିଭାଗ ତରଫରୁ ସ୍ଥାୟୀ କେନାଲ ଟିଏ ନିର୍ମାଣ ହୋଇ ପାରିନାହିଁ।

ପ୍ରାତଃଭ୍ରମଣ କରୁଥିଲେ ମହିଳା ; ଦୁର୍ବୃତ୍ତ ସୁନା ଚେନ୍ ନେଇ ଚମ୍ପଟ..

- Advertisement -

ଯେଉଁ କେନାଲ ନିର୍ମାଣ ହୋଇଥିଲା ତାହା ମଧ୍ୟ ଭାଙ୍ଗି ଯାଇଛି। ଏହି କେନାଲ ନିର୍ମାଣ ପାଇଁ ବହୁବାର ବିଭାଗକୁ ଦାବି କରୁଥିଲେ ସୁଦ୍ଧା କେହି ମଧ୍ୟ କର୍ଣ୍ଣପାତ କରୁ ନଥିବା କହିଛନ୍ତି। ଏହି କେନାଲକୁ ଦୀର୍ଘ ୬ ରୁ ୭ ବର୍ଷ ହେବ ପୋଲ୍ଲୀଗାଁ, ଟିକରପଡା, ସୁନାଖଣ୍ଡି ଓ ମାନେଇଗୁଡା ଗ୍ରାମର ଚାଷୀକୁଳ ପ୍ରତ୍ୟେକ ବର୍ଷ କେନାଲକୁ ମରାମତି କଲେ ପାଣି ଗାଁକୁ ଆସୁଛି ବୋଲି କହିଛନ୍ତି। କାହିଁକି ବିଭାଗ ଏହି କେନାଲ ମରାମତି ପ୍ରତି ଦୃଷ୍ଟି ଦେଉ ନାହିଁ ତାହା ସାଧାରଣରେ ପ୍ରଶ୍ନ ହେଉଛି। ଚାଷ କାର୍ଯ୍ୟ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କାହା ପାଇଁ ବୋଲି ବୋଲି ଚାଷୀମାନେ ଆଲୋଚନା କରୁଛନ୍ତି। ଚାଷ କରିବେ ନା ଚାଷ ଛାଡି ଦାଦନ ଯିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ ସହ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାଷୀ ଅନୁରୋଧ କରୁଛନ୍ତି।

ବାସ୍ ମହୁର ଏହି ସରଳ ଉପାୟ ; ମାଲାମାଲ୍ କରିବା ସହ ଦୂର ହୁଏ ଗ୍ରହ ଦୋଷ..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories