www.samajalive.in
Sunday, December 7, 2025
18.1 C
Bhubaneswar

ବାସ୍ ମହୁର ଏହି ସରଳ ଉପାୟ ; ମାଲାମାଲ୍ କରିବା ସହ ଦୂର ହୁଏ ଗ୍ରହ ଦୋଷ..

ମହୁକୁ ସ୍ୱାସ୍ଥ୍ୟ ପାଇଁ ବରଦାନ ବୋଲି କୁହାଯାଏ। ମାତ୍ର ସ୍ୱାସ୍ଥ୍ୟ ସହ ମହୁ ଭାଗ୍ୟକୁ ମଧ୍ୟ ଚମକାଇଥାଏ। ମହୁର କିଛି ସ୍ୱତନ୍ତ୍ର ଉପାୟ ଗ୍ରହ ଦୋଷ, ଚାକିରି-ଧନ ଆଦି ସମସ୍ୟାକୁ ଦୂର କରିଥାଏ।

ମହୁର ବ୍ୟବହାର ଅଧିକାଂଶ ଲୋକେ କରି ଥାଆନ୍ତି। ପ୍ରାୟ ଅଧିକାଂଶଙ୍କ ଘରେ ଏହା ଉପଲବ୍ଧ। ଏହା ପ୍ରାକୃତିକ ଭାବେ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଔଷଧ ଭଳି କାମ କରିଥାଏ। ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାର ବ୍ୟବହାର କରାଯାଏ। ପଞ୍ଚାମୃତ ତିଆରି ଠାରୁ ଆରମ୍ଭ କରି ଭଗବାନ ଶିବଙ୍କ ଅଭିଷେକ ପର୍ଯ୍ୟନ୍ତ ମହୁର ବ୍ୟବହାର ହୋଇଥାଏ। ତେଣୁ ସ୍ୱାସ୍ଥ୍ୟ ସହ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି।

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହୁ ସହ ଜଡିତ ଏପରି କିଛି ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।

ଗାଧୁଆଘର ବାସ୍ତୁ ; ଏହି ଜିନିଷ ଥିଲେ ଟାଣି ଆଣେ ଦୁର୍ଭାଗ୍ୟ, ଟଙ୍କା ଅଭାବ, କରି ଦିଏ କାଙ୍ଗାଳ..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହୁର ସମ୍ବନ୍ଧ ଗୁରୁ ଗ୍ରହ ବୃହସ୍ପତିଙ୍କ ସହ ଜଡିତ। ଏହାସହ ସୂର୍ଯ୍ୟ ଓ ମଙ୍ଗଳଙ୍କ ସହ ମଧ୍ୟ ଏହାର ସମ୍ବନ୍ଧ ରହିଛି। କିଛି ସରଳ ଉପାୟରେ ଜାତକରେ ଶନିଙ୍କ ଠାରୁ ଆରମ୍ଭ କରି ଶୁକ୍ର ଗ୍ରହଙ୍କ ଦୋଷ ଦୂର ପାଇଁ ମହୁର ବ୍ୟବହାର କରାଯାଇଥାଏ।

ଘରେ ଓ ପରିବାରରେ କଳହ ଲାଗି ରହୁଥିଲେ ପ୍ରତିଦିନ ସମସ୍ତ ସଦସ୍ୟ ମହୁର ସେବନ କରନ୍ତୁ। ଏହାଦ୍ୱାରା ପରିବାରରେ ଶାନ୍ତି ରହିଥାଏ।

ମାଙ୍ଗଳିକ ଦୋଷ ଥିଲେ ମଙ୍ଗଳବାର ଦିନ ମହୁ ସେବନ କରନ୍ତୁ।

ଚାନ୍ଦି ପାତ୍ରରେ ମହୁ ଭର୍ତ୍ତି କରି ପୂଜା ଘରେ ରଖନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ସମୃଦ୍ଧି ସହ ସକରାତ୍ମକ ଶକ୍ତି ରହିଥାଏ।
ବ୍ୟବସାୟ ମାନ୍ଦା ଚାଲୁଥିଲେ, ମହୁ ଓ ଦହି ମିଶାଇ କୌଣସି ନଦୀ କିମ୍ବା ପୋଖରୀରେ ଭସାଇ ଦିଅନ୍ତୁ। ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଉନ୍ନତି ହୋଇଥାଏ।

ଶନିଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ମାଟି ପାତ୍ରରେ ମହୁ ଭର୍ତ୍ତି କରି ରଖନ୍ତୁ। ଏହାକୁ ଶନିବାର ଦିନ ଶନି ମନ୍ଦିରକୁ ଯାଇ ଅର୍ପଣ କରନ୍ତୁ। ଶନିବାର ଦିନ ମହୁ ମଧ୍ୟ ଦାନ କରି ପାରିବେ। ଏହାଦ୍ୱାରା ଶନି ସାଢେସାତି ଓ ଅନ୍ୟ ପ୍ରଭାବ କମ୍ ହୋଇଥାଏ।

ଦେଖନ୍ତୁ ଭିଡିଓ ; ପେରୁରେ ଶକ୍ତିଶାଳୀ ଭୂକମ୍ପ ଝଟକା

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories