www.samajalive.in
Saturday, December 6, 2025
14.1 C
Bhubaneswar

କଂସାରିଖାଲ ଗ୍ରାମର ରାସ୍ତା ଅତି ଶୋଚନୀୟ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ କଂସାରିଖାଲ ଗ୍ରାମର ରାସ୍ତା ଅତି ଶୋଚନୀୟ ହୋଇ ରହିଛି । ସ୍ୱାଧୀନତାର ୭୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ହୋଇ ପାରିନାହିଁ। ସଦର ପଞ୍ଚାୟତର ୧୬ ନମ୍ବର ୱାର୍ଡ ରହିଛି। ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୫ କିମି ଦୂରରେ ଉକ୍ତ ଗ୍ରାମ ରହିଛି। କଲ୍ୟାଣସିଂହପୁର ଠାରୁ ପାର୍ଶାଲି ଯିବା ଆରଡ଼ି ରାସ୍ତା ଠାରୁ ୩ କିମି ଯିବା ପରେ ସେହିଠାରୁ ଡାହାଣ ପାର୍ଶ୍ଵରେ ଏକ ମାଟି ରାସ୍ତା ରହିଛି। ଆରଡ଼ି ରାସ୍ତା ଠାରୁ କଂସାରି ଖାଲ ଗ୍ରାମକୁ ପ୍ରାୟ ୨ କିମି ମାଟି ରାସ୍ତା ରହିଛି।

ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍‌ ଏକ ଚୁଟ୍‌କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..

- Advertisement -

ବର୍ତ୍ତମାନ ରାସ୍ତାଟି ଆବୁଡା ଖାବୁଡା ହୋଇ ରହିଛି। ରାସ୍ତାରେ ଚାଲି ଚାଲି, ବାଇକ ସାଇକେଲରେ ଯିବା ବହୁତ କଷ୍ଟ ହେଉଛି।  ରୋଗୀ, ଗର୍ଭବତୀ, ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ହେଲେ ଦୁଇ କିମି ଆରଡ଼ି ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବା ପରେ ସେହି ଠାରୁ ରୋଗିବୁହା ଗାଡ଼ିରେ ଅବା ଅଟୋରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପଡୁଛି। ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିବା ସହ ବିଡ଼ିଓଙ୍କୁ ଲିଖିତ ଦେଇଥିବା ଗ୍ରାମବାସୀ କହିଛନ୍ତି। ଉକ୍ତ ରାସ୍ତାରେ ଏମ୍ ଜି ଏନ ଆର ଜିରେ ଦୁଇଥର ମାଟି ପକାଇ ଛାଡି ଦେଉଛନ୍ତି। କିନ୍ତୁ ଗ୍ରାମକୁ ସିମେଣ୍ଟରାସ୍ତା କି ପିଚୁ ରାସ୍ତା କରାଯାଉନାହିଁ । ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ଯାତାୟତ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ସରକାର ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବୁ ନାହିଁ ବୋଲି ହୁଈକା ଲାଇମାଝୀ, ହୁଈକା ସନାମାଝୀ, କୁର୍ସିକା ହରି, କୁର୍ସିକା ବୁଦରା,କୁର୍ସିକା ସନ୍ଦର ପ୍ରମୁଖ ଅଭିଯୋଗ କରିଛନ୍ତି ।

୨୩ ସୁଦ୍ଧା ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!

ଦେଖନ୍ତୁ ଭିଡିଓ; ସ୍କୁଟିରେ ଯାଉଥିଲେ ଯୁବତୀ, ଲାତ ମାରିଲା ଘୋଡା, ଆଉ ତା’ପରେ..

ଆଉ ମାତ୍ର ଗୋଟିଏ ଦିନ ପାଇଁ.. ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌, ଶସ୍ତାରେ ମିଳୁଛି ଆଇଫୋନ୍‌ ସହ ଏସବୁ ସ୍ମାର୍ଟଫୋନ୍‌..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories