www.samajalive.in
Friday, December 5, 2025
17.1 C
Bhubaneswar

ଦିଲ୍ଲୀରେ ମନ କିଣୁଛି ମିଶନ ଶକ୍ତି, ସାଉଁଟୁଛି ପ୍ରଶଂସା

ସମାଜ ଡିଜିଟାଲ ଡେସ୍କ: ନୂଆଦିଲ୍ଲୀରେ ଚମକୁଛି ମିଶନ ଶକ୍ତି। ପ୍ରଗତି ମଇଦାନରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭରୁ ହିଁ ମିଶନ୍ ଶକ୍ତି ବ୍ରାଣ୍ଡ ଲୋକଙ୍କୁ ଆକର୍ଷିକ କରୁଛି। ମିଶନ୍ ଶକ୍ତି ଷ୍ଟଲ ଆଗରେ ଜମୁଛି ଭିଡ଼। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରୋତ୍ସାହିତ ସାମଗ୍ରୀ କନ୍ଧମାଳ ହଳଦୀ, ମିଲେଟ୍ ତିଆରି ଖାଦ୍ୟ ସାମଗ୍ରୀ ସହ ସବାଇ ହସ୍ତଶିଳ୍ପ ସାମଗ୍ରୀ ଆଦି ପ୍ରତି ଭାରତ ସମେତ ବିଦେଶୀ ଗ୍ରାହକମାନଙ୍କର ବଡ଼ ଚାହିଦା ରହିଛି।

ଚଳିତ ବର୍ଷ ଓଡ଼ିଶା ପାଭିଲିୟନରେ ସ୍ଥାନ ପାଇଥିବା ୨୫ଟି ଷ୍ଟଲ ମଧ୍ୟରୁ ୫ଟି ଷ୍ଟଲରେ ବାଲେଶ୍ଵର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ଯାଜପୁରର ପ୍ରସିଦ୍ଧ ଏସଏଚଜି ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହୋଇଛି। ପ୍ରଥମ ଥର ପାଇଁ ଆଇଆଇଟିଏଫରେ ଭାଗ ନେଇଥିବା ଜଣେ ଏସଏଚଜି ସଦସ୍ୟ ଫୁଲମଣି ସୋରେନ୍ କହିଛନ୍ତି, କିପରି ତାଙ୍କ ଷ୍ଟଲ୍ ଲାଖ ତିଆରି ସାମଗ୍ରୀ କଣ୍ଢେଇ ଏବଂ ଚୁଡ଼ି ଇତ୍ୟାଦିରୁ ଭଲ ବ୍ୟବସାୟ କରୁଛି। ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ଅନ୍ୟ ଜଣେ ସଦସ୍ୟ ପୁର୍ଣ୍ଣିମା ବେହେରା କହିଛନ୍ତି ଯେ, ତାଙ୍କ ଗୋଷ୍ଠୀର ମିଲେଟ୍‌ ତିଆରି ନୁଡଲ୍ସ, ବିସ୍କୁଟ, ଫ୍ରାଇଜ୍‌ ଆଦି ଖାଦ୍ୟ ପଦାର୍ଥ ବହୁ ସଂଖ୍ୟାରେ ଲୋକଙ୍କୁ ଆକର୍ଷିତ କରୁଛି। ହସ୍ତତନ୍ତ ସିଲ୍କ ଶାଢି ଏବଂ ଓଡ଼ିଆ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀର ମଧ୍ୟ ସମାନ ଚାହିଦା ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories