www.samajalive.in
Friday, November 14, 2025
25.1 C
Bhubaneswar

ବିଶୁଦ୍ଧପାନୀୟ ଜଳ ସମସ୍ୟା ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଦେଇଥିବା ଦେଖିବାକୁ ମିଳିଛି। ବୁଡ଼ାଗୁଡା ପଞ୍ଚାୟତର ୯ଓ ୧୦ ନମ୍ବର ୱାର୍ଡରେ ପ୍ରାୟ ୨୦ ଦିନ ଧରି ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଲାଗି ରହି ଥିବାରୁ ଆଜି ଗ୍ରାମବାସୀ ଏକତ୍ରିତ ହୋଇ ଏକ ଲିଖିତ ପତ୍ର ଧରି ସମିତି କାର୍ଯ୍ୟାଳୟକୁ ବିଡ଼ିଓ ମନୀଷା ଦାସଙ୍କୁ ଦେବାପାଇଁ ଯାଇଥିଲେ। ବିଡ଼ିଓ ଅନୁପସ୍ଥିତ ରହିଥିବା ଯୋଗୁଁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ଉକ୍ତ ପତ୍ରରେ ଦୁଇଟି ୱାର୍ଡରେ ପ୍ରାୟ ସାତ ଶହ ଲୋକ ବସବାସ କରି ଆସୁଛନ୍ତି। ଦୀର୍ଘ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ପ୍ରାୟ ୨୦ ଦିନ ହେବ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ପିଇବା ପାଣି ଟୋପାଏ ପାଇଁ ବହୁ ହନ୍ତସନ୍ତ ହେବାକୁ ପଡୁଛି । ଏହାର ସମସ୍ୟା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଷ୍ଣୁ ପାଣିଗ୍ରାହୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଧା କୌଣସି ସୁଫଳ ମିଳିପାରିନାହିଁ। ଦିନ ଦିନ ବିତୁ ଥିବା ବେଳେ ଲୋକଙ୍କ ସମସ୍ୟା, ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହାକୁ ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ ସହ ଆମରଣ ଅନଶନ ଭଳି ଚରମପନ୍ଥା ଆପଣାଇବାକୁ ବାଧ୍ୟ ହେବୁ ବୋଲି ୧୦ନମ୍ବର ୱାର୍ଡ ସଦସ୍ୟ ଗାନ୍ଧୀ ସାହୁକାର,ସଞ୍ଜୟ କୁମାର ପ୍ରଧାନ, ଶମ୍ଭୁ କୁର୍ସିକା, ନୁରୁ ମହମ୍ମଦ, ଦେବରାଜ ନାୟକ, ପୁଷ୍ପାଞ୍ଜଳି ପାତ୍ର, ହରି ପ୍ରଧାନ, ମିନାରାଓ ଗାଣ୍ଟା, ୯ ନମ୍ବର ୱାର୍ଡ ସଦସ୍ୟ ସୀତାଇ ମିଣିଆକା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ ନେଇ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ କହିଲେ ଯେ ମୁଁ ଦୁଇଦିନ ମଧ୍ୟରେ ପରିଦର୍ଶନ କରିବା ପରେ କଣ ହୋଇଛି ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

୨୭ ନଭେମ୍ବରରେ ସୂର୍ଯ୍ୟ-ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

Hot this week

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

Related Articles

Popular Categories