www.samajalive.in
Sunday, December 7, 2025
15.1 C
Bhubaneswar

ସମ୍ବିଧାନର ଉଦ୍ଦେଶିକାରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ସମ୍ବିଧାନର ଉଦ୍ଦେଶିକାରୁ ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଏହି ଦୁଇଟି ଶବ୍ଦ ସମ୍ବିଧାନର ଉଦ୍ଦେଶିକାରେ ଅନ୍ତର୍ଭୁକ୍ତ କରାଯିବାର ଅନେକ ବର୍ଷ ବିତିଗଲାଣି। ବର୍ତ୍ତମାନ ଏହି ପ୍ରସଙ୍ଗ କାହିଁକି ଉତ୍ଥାପନ କରାଯାଉଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମନ୍ୟନ ସ୍ଵାମୀ, ଆଡଭୋକେଟ ବିଷ୍ଣୁ ଶଙ୍କର ଜୈନ ଏବଂ ଅନ୍ୟମାନଙ୍କ ପକ୍ଷରୁ ପିଟିସନ ଦାୟର କରାଯାଇଥିଲା। ଆବେଦନକାରୀମାନେ ସମ୍ବିଧାନର ଉଦ୍ଦେଶିକାରେ ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦର ଅନ୍ତର୍ଭୁକ୍ତିକରଣକୁ ଚ୍ୟାଲେଞ୍ଜ କରିଥିଲେ। ଜରୁରିକାଳୀନ ପରିସ୍ଥିତିରେ ୪୨ ତମ ସଂଶୋଧନରେ ଏହି ଶବ୍ଦ ଦ୍ଵୟ ଅନ୍ତର୍ଭୁକ୍ତ କରାଯିବା ଅସାମ୍ବିଧାନିକ। ସିଜେଆଇ ଖାନ୍ନା ସମସ୍ୟାକୁ ହୃଦବୋଧ କରିବା ସହିତ ଆବେଦନକାରୀମାନଙ୍କୁ ସ୍ମରଣ କରାଇ କହିଥିଲେ, ପୂର୍ବରୁ ୪୨ ତମ ସଂଶୋଧନର ନ୍ୟାୟିକ ଯାଞ୍ଚ ହୋଇସାରିଛି। ଧର୍ମନିରପେକ୍ଷତା ସମ୍ବିଧାନର ମୂଳ ପିଣ୍ଡର ଏକ ଅଂଶ। ଏହାକୁ ବଦଳାଯାଇପାରିବ ନାହିଁ।

- Advertisement -

ସୂଚନାଯୋଗ୍ୟ, ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ସମ୍ବିଧାନର ୪୨ତମ ସଂଶୋଧନ ଦ୍ଵାରା ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଏବଂ ‘ସଂହତି’ ଶବ୍ଦକୁ ଉଦ୍ଦେଶିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories