www.samajalive.in
Monday, December 8, 2025
14.1 C
Bhubaneswar

ପ୍ରବେଶିକା ଫଳ ପ୍ରକାଶନ ପରେ ବି ହେଉନି ପିଏଚଡି ନାମଲେଖା

କଟକ : ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ପିଏଚଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇ ଫଳ ପ୍ରକାଶ ପାଇଥିଲା। ଫଳ ପ୍ରକାଶକୁ ଦେଢ଼ ବର୍ଷ ପୂରଣକୁ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଆଗେଇପାରିନାହିଁ କିମ୍ବା ପାଠ୍ୟକ୍ରମ ଆରମ୍ଭ ହୋଇନାହିଁ। ଯେଉଁ ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ, ସେମାନେ ଦୀର୍ଘଦିନ ଧରି ସାକ୍ଷାତକାର ପରୀକ୍ଷା ନିମନ୍ତେ ଅପେକ୍ଷାରତ ଅଛନ୍ତି। ଗତ ୨୦୨୨- ୨୦୨୩ ଶିକ୍ଷାବର୍ଷରୁ ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ପାଠ୍ୟକ୍ରମକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଅନ୍ୟପକ୍ଷରେ ଦୀର୍ଘଦିନ ଧରି ବିଶ୍ବବିଦ୍ୟାଳୟର ଅଧ୍ୟାପକ ଏବଂ ପ୍ରାଧ୍ୟାପକଙ୍କ ନିଯୁକ୍ତି ହୋଇପାରିନାହିଁ। ପିଏଚଡି ଗାଇଡ୍‌ ହେବା ନିମନ୍ତେ ସହକାରୀ ପ୍ରାଧ୍ୟାପକ,ସହଯୋଗୀ ପ୍ରାଧ୍ୟାପକ କିମ୍ବା ପ୍ରାଧ୍ୟାପକ ଥିବା ଆବଶ୍ୟକ, ମାତ୍ର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାର ୩ବର୍ଷ ପରେ ମଧ୍ୟ ଜଣେ ହେଲେ ବି ନିୟମିତ ପ୍ରାଧ୍ୟାପକ କିମ୍ବା ଅଧ୍ୟାପକଙ୍କ ନିଯୁକ୍ତି ମିଳିପାରିନାହିଁ। ଏହାସତ୍ତ୍ବେ ପିଏଚଡି ପାଠ୍ୟକ୍ରମ ପାଇଁ ଦୁଇ ବର୍ଷ ପୂର୍ବରୁ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ସହ ପ୍ରବେଶିକା ପରୀକ୍ଷା କରାଯିବାକୁ ନେଇ ଆଶାୟୀ ବିଦ୍ୟାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭିତ୍ତିଭୂମି ନଥାଇ ପାଠ୍ୟକ୍ରମ ଖୋଲାଯିବା ଦ୍ବାରା ବିଦ୍ୟାର୍ଥୀଙ୍କୁ ବିଭ୍ରାନ୍ତି କରାଯାଇଥିବା ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

- Advertisement -

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ୨୦୨୨-୨୦୨୩ ଶିକ୍ଷାବର୍ଷରେ ଆଇନରେ ପିଏଚଡି ପାଠ୍ୟକ୍ରମ ଖୋଲାଯାଇଥିଲା। ମୋଟ ୧୦ଟି ସିଟ୍‌ରେ ନାମଲେଖା ନିମନ୍ତେ ୨୦୨୨ ମସିହା ନଭେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ବର୍ଷ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା କରାଯାଇଥିଲା। ବହୁ ଆଶାୟୀ ଛାତ୍ରଛାତ୍ରୀ ଏଥିରେ ଆବେଦନ କରିଥିଲେ। ୨୦୨୩ ମସିହା ମାର୍ଚ୍ଚ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା କରାଯାଇ ମାର୍ଚ୍ଚ ୨୯ତାରିଖରେ ଫଳ ପ୍ରକାଶ ପାଇଥିଲା। କେଉଁ ପରୀକ୍ଷାର୍ଥୀ କେତେ ନମ୍ବର ରଖିଛନ୍ତି ତାହାର ତାଲିକା ପ୍ରକାଶିତ ହୋଇଥିଲେ ମଧ୍ୟ ନାମଲେଖା ନିମନ୍ତେ କେଉଁମାନେ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସମ୍ପୃକ୍ତ କୃତୀ ବିଦ୍ୟାର୍ଥୀଙ୍କ ମେଧା ତାଲିକା ପ୍ରକାଶ ପାଇନଥିଲା। ଯାହାଦ୍ବାରା ଯେଉଁ ବିଦ୍ୟାର୍ଥୀମାନେ ଏଥିରେ କୃତକାର୍ଯ୍ୟ ହୋଇଥିଲେ, ସେମାନେ ନାମଲେଖାଇ ପାରିନାହାନ୍ତି। ଅନ୍ୟପକ୍ଷରେ ଭିତ୍ତିଭୂମି ନଥାଇ ବିଶ୍ବବିଦ୍ୟାଳୟରେ ପିଏଚଡି ପାଠ୍ୟକ୍ରମ ଖୋଲାଯାଇଛି। ଏବେ ବିଶ୍ବବିଦ୍ୟାଳୟରେ ୩ ଜଣ ସହକାରୀ ପ୍ରାଧ୍ୟାପକ ରହିଛନ୍ତି। ହେଲେ ସେମାନେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ କାର୍ଯ୍ୟରତ।

ରାଷ୍ଟ୍ରପତିଙ୍କ ଉପରେ ‘କଳା ଯାଦୁ’ ପ୍ରୟୋଗ କରି ୨ ମନ୍ତ୍ରୀ ଗିରଫ

ଏଭଳିସ୍ଥିତିରେ ଯେଉଁ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ଆଗକୁ ସାକ୍ଷାତକାର ପାଇଁ ସୁଯୋଗ ଦିଆଯିବ କି ନାହିଁ ଏବଂ ୨୦୨୩- ୨୦୨୪ ଶିକ୍ଷାବର୍ଷରେ ପିଏଚଡି ନାମଲେଖା ହେବ ନା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ.ସୌମିତ୍ର ଚାଟାର୍ଜୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସେହି ସମୟରେ ପରୀକ୍ଷା ଫଳକୁ ନେଇ ବିବାଦ ଦେଖାଦେଇଥିଲା। ଏହା ଏବେ ଅଦାଲତରେ ବିଚାରଧୀନ ରହିଛି। ତେଣୁ ସମାଧାନ ହେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଜିଓ ବ୍ୟବହାରକାରୀଙ୍କୁ ଝଟ୍‌କା, ଏଣିକି ଦେବାକୁ ହେବ ଅଧିକ ଟଙ୍କା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories