ଦେଓଗାଁ ରେଞ୍ଜସ୍ତରୀୟ ୭୫ତମ ବନ ମହୋତ୍ସବ ପାଳିତ

ଦେଓଗାଁ: ଦେଓଗାଁ ରେଞ୍ଜ ଅଧିନସ୍ଥ ସୁନାଆଡ଼କି ସଂରକ୍ଷିତ ଜଙ୍ଗଳରେ ମଙ୍ଗଳବାର ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୫ ତମ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ, ବଲାଙ୍ଗୀର ଡ଼ିଏଫଓ ସୁଦର୍ଶନ ବେହେରା, ଦେଓଗାଁ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକ୍ଷକ ଚିତ୍ତରଞ୍ଜନ ମିଶ୍ର, ସାଗରପାଲି ଗାଁର ମହିଳା ସ୍ବୟଂ ସହାୟକ ଦଳ, ଦେଓଗାଁ ଯୁକ୍ତ ତିନି ଓ ଦେଓଗାଁ ବାଳିକା ହାଇସ୍କୁଲର ଛାତ୍ରୀମାନେ ସହଯୋଗ କରିଥିଲେ। ଚଳିତ ବର୍ଷ ସୁନାଆଡ଼କି ଜଙ୍ଗଳର ୫୦ଏକରରେ କାମ୍ପା ଯୋଜନାରେ ୨୦ ହଜାର ଗଛ ରୋପଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Comments are closed.