www.samajalive.in
Saturday, December 6, 2025
14.1 C
Bhubaneswar

ସରିଲା ଐତିହାସିକ ବାଲିଯାତ୍ରା : ଶେଷ ଦିନରେ ୧୦ ଲକ୍ଷ ଲୋକ

କଟକ : ଐତିହାସିକ ବାଲିଯାତ୍ରାରେ ଶନିବାର ଶେଷ ଦିବସରେ ଜନ ସମାଗମ ହେବା ନେଇ ଢେର ଆଗରୁ ବାରି ହୋଇପଡ଼ୁଥିଲା। ଫଳରେ ଯାତ୍ରା ପଡ଼ିଆରେ ଲକ୍ଷାଧିକ ଲୋକ ଫସି ଯାଇଥିଲେ। ଏପରି ସ୍ଥିତି ହୋଇଥିଲା ଯେ, ଯାତ୍ରାକୁ ଆସୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ଛକମାନଙ୍କରେ ଅଟକାଇ ରଖିବାକୁ ପୁଲିସ ବାଧ୍ୟ ହୋଇଥିଲା। ସନ୍ଧ୍ୟା ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ବାଲିଯାତ୍ରା ପଡ଼ିଆରେ ଚଳପ୍ରଚଳ ଏବଂ ପାର୍କିଂ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦିଆଯାଇଥିଲା। ସେହିପରି ୧୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଶନିବାର ଭିଡ଼ ସବୁ କିଛି ଓଲଟପାଲଟ କରିଦେଇଥିଲା। ସନ୍ଧ୍ୟା ୫ଟା ବେଳକୁ ସବୁ ପାର୍କିଂ ପଏଣ୍ଟରେ ଯାନବାହନ ଭରପୂର ହୋଇଯାଇଥିଲା। ଫଳରେ ବାଲିଯାତ୍ରା ପଡ଼ିଆ ସଂଲଗ୍ନ ଦୁଇ ପାର୍ଶ୍ବ ରିଂବନ୍ଧରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଶେଷ ଦିନ ବାଲିଯାତ୍ରାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ପଡ଼ିଆରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଫୋର୍ସ ନିଜର କାର୍ଯ୍ୟ ଛାଡ଼ି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା। ରାତି ୧୨ଟା ବେଳକୁ ପରିସ୍ଥିତି ସ୍ବାଭାବିକ ହୋଇଥିବା ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories