www.samajalive.in
Saturday, December 6, 2025
26.1 C
Bhubaneswar

ଓଲଟିଲା କୁକୁଡା ଗାଡି, ବୋହିନେଲେ ଲୋକେ

କେନ୍ଦୁଝର: ଓଲଟିଲା ଗାଡି।  ଲୋକେ ବୋହିନେଲେ କୁକୁଡା।  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନଂ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳୁ ଏକ କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡିଥିଲା। ଗାଡିଟି ଅନୁଗୁଳରୁ କୁକୁଡା ନେଇ ରାଇରଙ୍ଗପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ଗାଡି ଓଲଟିବା ଯୋଗୁଁ ଅନେକ କୁକୁଡା ମରିଯାଇଥିବାବେଳେ ସ୍ଥାନୀୟ ଲୋକେ କୁକୁଡା ସବୁକୁ ବୋହି ନେଇଯାଉଥିବାର ଦେଖିବାକୁ ମିଳିଛି। ପରେ ଖବର ପାଇ ତୁରୁମୁଙ୍ଗା ପୁଲିସ୍ ଗାଡିଟିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି। ତେବେ​‌ ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇଥିବା ସୂଚନା​‌ ମିଳିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories