www.samajalive.in
Saturday, December 6, 2025
23.1 C
Bhubaneswar

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୩ଦିନ ପରେ ବି ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ବିଫଳ

ଧାମରା: ଗତ ୨୦ତାରିଖ ଦିନ ବାଂଶଡା ଥାନା ଅଧୀନ ଜଳେଶ୍ୱରପୁରଠାରେ ଜଣେ ବ୍ୟକ୍ତିଙ୍କୁ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାକୁ ୩ ଦିନ ବିତିଥିଲେ ବି ପୁଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଆକ୍ରମଣର ଶିକାର ରମାକାନ୍ତ ଭଳଙ୍କ ପିଞ୍ଜରାରେ ୩ଟି ହାଡ ଭାଙ୍ଗି ଯାଇଛି। ଡାକ୍ତରଖାନାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ନେଇ ୨ପକ୍ଷରୁ ବାଂଶଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଦୀର୍ଘ ୩ଦିନ ବିତଯାଇଥିଲେ ମଧ୍ୟ ବାଂଶଡା ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିପାରି ନାହିଁ ବୋଲି ରମାକାନ୍ତ ଭଳଙ୍କ ପରିବାର ଅଭିଯୋଗ ଆଣିଛନ୍ତି।

ପ୍ରାପ୍ତ ଖବର ଅନୁଯାୟୀ, ଗତ ୨୦ତାରିଖ ଦିନ ରମାକାନ୍ତ ନିଜର ଏକ କାମରେ କୋର୍ଟକୁ ଯାଉଥିବା ବେଳେ ସେହି ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଆକ୍ରୋଶ ମୂଳକ ଭାବେ ତାଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଚାହିଁଥିଲେ। ଗୁରୁତର ଅବସ୍ଥାରେ ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଆକ୍ରମଣକାରୀମାନେ ଖୁଲମଖୁଲା ନିଜ ଅଂଚଳରେ ବୁଲୁଥିବାରୁ ରମାକାନ୍ତଙ୍କ ପରିବାର ଆଶଙ୍କାରେ ରହିଛନ୍ତି। ତେବେ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବାଂଶଡା ଥାନାଧିକାରୀ ଦେବରାଜ ଜେନା କହିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories