www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ୨୫% ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା

ଭୁବନେଶ୍ବର : ବିଭିନ୍ନ କାରଣରୁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ୨୫ ପ୍ରତିଶତ ମହିଳାଙ୍କୁ ଆଜି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ତୃତୀୟ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ବିଭିନ୍ନ କାରଣରୁ ସୁଭଦ୍ରାରୁ ବାଦ ପଡ଼ିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଛି। ସେମାନଙ୍କୁ କିସ୍ତି ଟଙ୍କା ମିଳିବ। ତ୍ରୁଟି ସଂଶୋଧନ କରିବା ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ୨୫ ପ୍ରତିଶତ ମହିଳାଙ୍କୁ ରବିବାର ୫ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ବାଦ୍ ପଡ଼ିଥିବା ଆବେଦନକାରୀଙ୍କ କ୍ଷେତ୍ରରେ ଯାଞ୍ଚ ପାଇଁ ବିଡିଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାର ସମାଧାନ ପରେ ସେମାନଙ୍କୁ ଡିସେମ୍ବରରେ କିସ୍ତି ଟଙ୍କା ଦିଆଯିବ। ବ୍ୟାଙ୍କ ଖାତା ଓ ଆଧାର ଲିଙ୍କରେ ସମସ୍ୟା ଯୋଗୁ ୫ଲକ୍ଷ ତ୍ରୁଟି ଥିବା ମାମଲା (ମିସ କେସର) ସମସ୍ୟାର ସମାଧାନ ହୋଇପାରି ନାହିଁ। ସେମାନେ ଆଧାର,ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସଂଯୋଗ କରିବା ପରେ ଡିସେମ୍ବରରେ ଯୋଜନାରେ ସାମିଲ ହୋଇପାରିବେ। ସରକାରୀ ହିତାଧିକାରୀ ଘରକୁ ଘର ଯାଇ ସଚେତନ କରିବେ। ବାଦ ପଡ଼ିଥିବା ଆବେଦନକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ। ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜାନରୁ ବଞ୍ଚିତ ହେବେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ ଓ ଅକ୍ଟୋବର ୯ରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories