www.samajalive.in
Monday, December 8, 2025
24.1 C
Bhubaneswar

ହାର୍ଲେ ଡାଭିଡସନର ସବୁଠାରୁ ଶସ୍ତା ବାଇକ୍ ! ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଭାରତରେ ହାର୍ଲେ-ଡାଭିଡସନର ସବୁଠାରୁ ଶସ୍ତା ବାଇକ୍ ହାର୍ଲେ ଡାଭିଡସନ୍ ଏକ୍ସ୪୪୦ । ଏହାର ସବୁଠାରୁ ଶସ୍ତା ମଡେଲ ହାର୍ଲେ ଡାଭିଡସନ୍ ଏକ୍ସ୪୪୦ ଡେନିମ୍ । ଏହାର ଦାମ୍ ୨.୫୦ ଲକ୍ଷ ଟଙ୍କାରୁ ମଧ୍ୟ କମ୍ । ହାର୍ଲେ ଡାଭିଡସନ ବାଇକ୍ ବହୁତ ମହଙ୍ଗା ହୋଇଥାଏ କିନ୍ତୁ ଏହି ମଡେଲର ଦାମ୍ ବହୁତ କମ୍ । କାରଣ କମ୍ପାନୀ ହିରୋ ମୋଟୋକର୍ପ ସହ ମିଶି ଏହାକୁ ପ୍ରସ୍ତୁତ କରିଛି ।

ଏହି ମଡେଲର ଦାମ୍ ୨,୩୯,୫୦୦ ଟଙ୍କାରୁ ଆରମ୍ଭ ହୋଇଥାଏ ଯାହା ଏହାକୁ କମ୍ପାନୀର ସବୁଠୁ ଶସ୍ତା ବାଇକ୍ କରିଥାଏ । ଏଥିରେ ୩୭୩ ସିସିର ସିଙ୍ଗଲ-ସିଲିଣ୍ଡର, ଏୟାର କୁଲ୍ଡ ଇଞ୍ଜିନ ରହିଛି ଯାହା ୩୦ ବିଏଚପି ପାଓ୍ବର ଓ ୩୦ ଏନଏମ ଟର୍କ ଉତ୍ପନ କରିଥାଏ । ଏଥିରେ ଫ୍ରଣ୍ଟ ଡିସ୍କ ବ୍ରେକ୍, ସିଙ୍ଗଲ –ସିଟ୍, ଏଲଇଡି ହେଡଲ୍ୟାମ୍ପ, ଟେଲ୍ ଲାଇଟ୍ ଓ ଏକ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଭଳି ଫିଚର୍ସ ରହିଛି ।

- Advertisement -

ଗାଡିରେ ୫ ସ୍ପିଡ୍ ମାନୁଆଲ ଟ୍ରାନ୍ସମିଶନ ରହିଛି । ଏଥିରେ ଫ୍ରଣ୍ଟ ଓ ରିୟରରେ ଡିସ୍କ ବ୍ରେକ୍ ଦିଆଯାଇଛି । ଏହାର ମାଇଲେଜ୍ ୩୫ କିଲୋମିଟର ପ୍ରତି ଲିଟର ବୋଲି କମ୍ପାନୀ ସୂଚନା ଦେଇଛି । ଏହାର ଟପ୍ ସ୍ପିଡ୍ ୧୪୦ କିଲୋମିଟର ପ୍ରତି ଘଣ୍ଟା । ସିଟର ଉଚ୍ଚତା ୭୮୫ ଏମଏମ୍ ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ୧୫୦ ଏମଏମ୍ । ବାଇକର ଓଜନ ୧୯୦.୫ କିଲୋଗ୍ରାମ । କମ୍ପାନୀ ଏଥିରେ ୨ ବର୍ଷର ଓ୍ବାରେଣ୍ଟି ପ୍ରଦାନ କରୁଛି ।

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories