www.samajalive.in
Wednesday, December 10, 2025
14.1 C
Bhubaneswar

ଫୌଜଦାରୀ ଆଇନ କାର୍ଯ୍ୟକାରିତା ନେଇ ଧାମରା ଥାନାରେ ଜନସଚେତନତା

ଧାମରା: ଦେଶରେ ସୋମବାରଠାରୁ ନୂଆ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହୋଇଥିବାବେଳେ ଏହାକୁ ନେଇ ଧାମରା ଥାନାରେ ଏକ ଜନସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି। ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ହୋଇଥିବା ସଭାରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେଉଛି। ଏହି ନୂଆ ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ଦେଶରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିବ। ଜଣକୁ ଥାନାକୁ ଯାଇ ଏଫଆଇଆର କରିବାକୁ ପଡ଼ିବ ନାହିଁ, ଅନଲାଇନ ମାଧ୍ୟମରେ ଏହା ସମ୍ଭବ ହୋଇ ପାରିବ, ଏହି ନୂଆ ଆଇନ ଅନୁଯାୟୀ, ଇଲେକ୍‌ଟ୍ରୋନିକ୍‌ ମାଧ୍ୟମରେ ଅଭିଯୁକ୍ତକୁ ସମନ ଜାରି କରାଯିବା ସହ ସମସ୍ତ ଜଘନ୍ୟ ଅପରାଧର ଭିଡିଓଗ୍ରାଫି କରାଯିବା ବାଧ୍ୟତାମୂଳକ। କୌଣସି ଶୁଣାଣି ଶେଷର ୪୫ ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ, ୬୦ଦିନ ମଧ୍ୟରେ ଚାର୍ଜଫ୍ରେମ, ବଳତ୍କାର ମାମଲାର ଡାକ୍ତରୀ ମାଇନା ରିପୋର୍ଟ ୭ ଦିନ ମଧ୍ୟରେ ଦିଆଯିବା ସହ ଦେଶଦ୍ରୋହ ଅପରାଧ ସ୍ଥାନରେ ଦେଶପ୍ରତି ବିଶ୍ୱାସଘାତକତାର ନୂଆ ଆଇନ ଅଣାଯାଇଛି। ନାବାଳିକା ଗଣବଳତ୍କାର କ୍ଷେତ୍ରରେ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏହି ଆଇନରେ ଅଛି। ପୂର୍ବରୁ ଆଇପିସିରେ ୫୧୧ଟି ଦଫା ଥିବାବେଳେ ଭାରତୀୟ ନ୍ୟାୟସଂହିତାରେ ୩୫୮ଟି ଧାରା ଅଛି ବୋଲି ଉପସ୍ଥିତ ଥିବା ଧାମରା, ଦୋସିଙ୍ଗା ଏବଂ କଇଥଖୋଲା ପଂଚାୟତର ସମସ୍ତ ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଆଜି ହୋଇଥିବା ସଚେତନତା କାର୍ଯ୍ୟକ୍ରମରେ ଧାମରା ଥାନାଧିକାରୀ ଶୁଭମ ସ୍ୱାଇଁ, ଅରୁଣ ରାଉତ, ନନ୍ଦ କିଶୋର ମାଝୀ, ଏସ କେ ପତି, ସି ସୋରେନ, ପ୍ରମୋଦ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories