www.samajalive.in
Friday, December 5, 2025
26.1 C
Bhubaneswar

ଏହି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଧନ, ଧାନ୍ୟ ଭୋଗ କରିବାର ସୂଚନା ମିଳୁଛି; ମାତ୍ର ଦୁଷ୍ଟ ସ୍ବଭାବସମ୍ପନ୍ନଙ୍କ ସହିତ ମିଳାମିଶା କରିବା ଧନ ନାଶର କାରଣ ହେବ। ପ୍ରିୟଭାଷୀ ହେବେ। ସଂକୀର୍ଣ୍ଣମନା ହୋଇପାରନ୍ତି। ଗର୍ବିତ ହେବେ।
ବୃଷ:କଠିନ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବୃତ୍ତିହୀନ ହେବା ଆଶା କରାଯାଏ। ବେଳେବେଳେ ଭୟାତୁର ହେବାର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ସାହସିକତାର ପରିଚୟ ଦେବେ। ସୁସ୍ଥ ରହିବେ।
ମିଥୁନ: ପ୍ରିୟ ଲୋକର ଦର୍ଶନ ଲାଭ କରି ଭାବବିହ୍ବଳ ହୋଇପାରନ୍ତି। ବୁଦ୍ଧି, ବିବେକ ସମ୍ପନ୍ନ ହେବେ। ବାକ୍ୟ ପଟୁତା ଆପଣଙ୍କୁ ଉଚ୍ଚ ସମ୍ମାନ ଦେଇପାରେ। ସର୍ବଦା ନିଜ ବନ୍ଧୁବାନ୍ଧବଙ୍କ ସ୍ବାର୍ଥରକ୍ଷାକାରୀ ହେବେ।
କର୍କଟ: ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ନିରୀହ ଲୋକମାନେ ଆପଣଙ୍କ ଉପରେ ନିର୍ଭରଶୀଳ ହେବେ। ଶାନ୍ତଶିଷ୍ଟ ସ୍ବଭାବସମ୍ପନ୍ନ ହେବେ। ଲୋକପୂଜ୍ୟ ହେବେ।
ସିଂହ: ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଜଣେ ଉତ୍ତମ ବକ୍ତାଭାବେ ଜନମନ ତୋଷକାରୀ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ଜୀବନ ଜଞ୍ଜାଳମୟ ହେବ।
କନ୍ୟା:କୃଷି କ୍ଷେତ୍ରକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ପରିଶ୍ରମର ମୂଲ୍ୟ ମିଳିବ। ଯଦିଓ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟେ, ପରେ ସୁଧାର ଆସିବ।
ତୁଳା: ବୈଦିକ ଶାସ୍ତ୍ର ବିହିତ କର୍ମ କରି ଚଳିବାକୁ ପଡ଼ିବ। ନହେଲେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିର୍ଭୀକ ବ୍ୟକ୍ତିତ୍ବସମ୍ପନ୍ନ ହୋଇ ମଧ୍ୟ ବେଳେବେଳେ ଭୟାତୁର ହେବେ। ଜନସେବକ ହେବେ।
ବିଛା: ଦୈବ ହାତରେ ଭାଗ୍ୟ ଡୋରୀ ଛାଡ଼ିଦେଇ ନିଶ୍ଚିତରେ ରହିଲେ ଜୀବନଯାପନ କଷ୍ଟସାଧ୍ୟ ହେବ। ସାମାନ୍ୟ ଭୁଲ କରି ଯେପରି ପ୍ରଭାବହୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବେ।
ଧନୁ: ବହୁ ସୁଖର ଅଧିକାରୀ ହେବେ। ଦ୍ବିଜ, ଦେବତାମାନଙ୍କୁ ଆରାଧନା କରି ବର ପ୍ରାପ୍ତିର ସୂଚନା ମିଳୁଛି। ସାଧୁ ପ୍ରଦତ୍ତ ଆଶୀର୍ବାଦ ଆପଣଙ୍କ ପାଇଁ ଦୀର୍ଘାୟୁ ସମ୍ପନ୍ନ ହେବ। ସନ୍ତାନମାନଙ୍କର ପୂର୍ଣ୍ଣତା ପ୍ରାପ୍ତ ହେବେ।
ମକର: ଅକ୍ଷମଣୀୟ ଅପରାଧ ମାର୍ଗରୁ ବେଳହୁଁ ଓହରି ଆସିବା ବୁଦ୍ଧିମାନ୍‌ର କାର୍ଯ୍ୟ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସନ୍ତାନ କଷ୍ଟ ଭୋଗ କରିପାରନ୍ତି। ଦୁଃସମ୍ବାଦ ମିଳିପାରେ।
କୁମ୍ଭ: କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ସଦାସର୍ବଦା ବିନୟ ଭାବାପନ୍ନ ହେବେ। ଧୀର ବୁଦ୍ଧି, ସ୍ଥିର ଚିତ୍ତରେ କାର୍ଯ୍ୟ କରିବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବେ।
ମୀନ: ପତ୍ନୀଙ୍କ ବିରାଗ ଭାଜନ ହୋଇପାରନ୍ତି। ଜଠରାଗ୍ନିକୁ ଯଥାସମ୍ଭବ ନିର୍ବାପିତ କରିବାକୁ ଚେଷ୍ଟା କରିବେ। ଶରୀର ଶୁଷ୍କ ଓ ମ୍ଲାନ ଦେଖାଯାଇପାରେ। କୃତକର୍ମ ପାଇଁ ଅନୁତପ୍ତ ହୋଇପାରନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories