www.samajalive.in
Saturday, December 6, 2025
17.1 C
Bhubaneswar

ନୂତନ ଆଇନ ଲାଗୁହେବା ନେଇ ଥାନାରେ ସଚେତନତା ବୈଠକ

ଜି.ଉଦୟଗିରି: ୩ଟି ବ୍ରିଟିଶ ଆଇନ ଯଥା ଆଇପିସି,ସିଆରପିସି ଓ ଆଇଇଏ ହଟିଯାଇ ସାରା ଭାରତରେ ଲାଗୁହୋଇଛି ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ସଂହିତା । ଏହି ଆଇନର ସଚେତନତା ନେଇ ଜି.ଉଦୟଗିରି ଆଦର୍ଶ ଥାନା ପରିସରରେ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାଧାରଣ ଲୋକ ତଥା ବୟୋଜ୍ୟେଷ୍ଟ, ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ, ଅପରାଧ ନିୟନ୍ତ୍ରଣରେ ଟେକ୍ନୋଲୋଜିର ପ୍ରୟୋଗ ସହ ପ୍ରଭବଶାଳୀ ଆଇନ ଆଖିରେ ଧୁଳି ଦେଇପାରିବେନି ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ବକ୍ତବ୍ୟ ରଖିଥିଲେ । ଏତଲା ପଞ୍ଝିକୃତ ବାଧ୍ୟତାପୂର୍ଣ୍ଣ ବୋଲି କହିଥିଲେ। ଏଥିସହିତ ଛୋଟ ଅପରାଧ ପାଇଁ ଗୋଷ୍ଠୀ ସେବା ଦଣ୍ଡ ବ୍ୟବସ୍ଥା,ବଳାତ୍କାର କାର‌୍ୟ୍ୟକଳାପ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଥିବା ନେଇ ସୂଚନା ଦେଇଥିଲେ।
ସେହିପରି ଗୁରୁତର ଅପରାଧିକ ମାମଲାରେ ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବାଧ୍ୟତାମୂଳକ ଅଟେ। ଏଥିସହିତ ମାମଲାର ତଦନ୍ତ ବେଳେ ସର୍ଚ୍ଚ ଏବଂ ସମ୍ପତିର ଜବତ ସମୟରେ ଭିଡିଓଗ୍ରାଫ କରାଯିବ। ଅଭିଯୋଗର ୯୦ ଦିନ ଭିତରେ ଅଭିଯୁକ୍ତଙ୍କୁ ତଦନ୍ତ ରିପୋର୍ଟର ନକଲ ପ୍ରଦାନ କରାଯିବ, ଜଣକୁ ୫ କିମ୍ବା ଅଧିକ ବ୍ୟକ୍ତି ଆକ୍ରମଣ କରି ହତ୍ୟା ବା ଗୁରୁତର ଆହାତ କଲେ ଏହାକୁ ମବ୍ ଲିଞ୍ଚିଂ ଭାବେ ବିବେଚନା କରାଯାଇ ଏଥିଲାଗି ମୃତ୍ୟୁଦଣ୍ଡ ନେଇ ନୁଆ ଆଇନରେ ବ୍ୟବସ୍ଥା ଥିବା କହିଛନ୍ତି । ଅପହରଣ, ଆର୍ଥୀକ ଅପରାଧ, ସାଇବର କ୍ରାଇମ ପାଇଁ ଆଜୀବନ ଜେଲ ଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ ମତବ୍ୟକ୍ତ କରିଥିଲେ। ନୂତନ ଆଇନରେ ଦେଶଦ୍ରୋହ ଶବ୍ଦକୁ ହଟାଇ ତାହା ସ୍ଥାନରେ ଯିଏ ଦେଶ ବିରୋଧୀ କାର‌୍ୟ୍ୟରେ ଲିପ୍ତ ରହିବେ ସେମାନଙ୍କୁ ଆତଙ୍କବାଦ ଭାବେ ବିବେଚନା କରାଯାଇ କଠୋର ଦଣ୍ଡରେ ଦଣ୍ଢିତ କରାଯିବା ବ୍ୟବସ୍ଥା ରହିଛି। ନୁଆ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନୁଷ୍ଟିତ ବୈଠକରେ ଉପଖଣ୍ଡ ପୋଲିସ ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ବ୍ଳକ ଅଧ୍ୟକ୍ଷା ସୁଷମା ପ୍ରଧାନ,ଏନଏସି ଅଧ୍ୟକ୍ଷା ଦେବସ୍ମୀତା ଶତପଥି, ଉପାଧ୍ୟକ୍ଷ ସନ୍ତୋଷ ବାଗ, ଓ୍ବାର୍ଡସଭ୍ୟ, ସମିତିସଭ୍ୟ, ସରପଞ୍ଚ, ସମାଜ ସେବୀ, ବରୀଷ୍ଟ ସଚେତନ ନାଗରୀକ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories