www.samajalive.in
Friday, December 5, 2025
26.1 C
Bhubaneswar

ବିଳମ୍ବରେ ଜଳଖିଆ କଲେ ସାବଧାନ୍ ; ୯୦% ଲୋକ ଜାଣନ୍ତି ନାହିଁ ସଠିକ୍ ସମୟ..

ସକାଳର ଜଳଖିଆ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ମଧ୍ୟରୁ ଗୋଟିଏ। ଏହା ଦିନଯାକ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହାସହ ମସ୍ତିଷ୍କ ସଠିକ୍ ଭାବେ କାମ କରିଥାଏ। ଆପଣ ଜାଣନ୍ତି କି ୯୦ % ଲୋକେ ଭୁଲ୍ ସମୟରେ ଜଳଖିଆ କରି ଥାଆନ୍ତି? ଜାଣନ୍ତୁ..
ଅଧିକାଂଶ ଲୋକେ ଶୀଘ୍ର କାମକୁ ଯିବା କିମ୍ବା ପିଲାଙ୍କୁ ସ୍କୁଲ ନେବା କାମରେ ସଠିକ୍ ସମୟରେ ଜଳଖିଆ ଖାଇ ପାରି ନଥାଆନ୍ତି। ମାତ୍ର ବିଳମ୍ବରେ ଜଳଖିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ଜାଣନ୍ତୁ ଜଳଖିଆର ସଠିକ୍ ସମୟ, ବିଳମ୍ବରେ ଜଳଖିଆ ଖାଇଲେ କି କି କ୍ଷତି ହୋଇଥାଏ।

ବିଶେଷଜ୍ଞଙ୍କ ମତରେ ସକାଳେ ଉଠିବା ପରେ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିିତ୍। ଏହି ସମୟରେ ଶରୀର ରାତି ସାରା ଉପବାସ ରହିବା ପରେ ଶର୍କରାର ଅଭାବ ଅନୁଭବ ହୋଇଥାଏ। ପୋଷକ ତତ୍ତ୍ୱରେ ଭରପୁର ଜଳଖିଆ ସେବନ କରିବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। ଦିନଯାକ ସତେଜ ଅନୁଭବ ହୋଇଥାଏ। ହାଲିଆ କିମ୍ବା ଥକ୍କାପଣ ଲାଗି ନଥାଏ।

ଜୁଲାଇ ୫ରେ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବଦଳିବ ଭାଗ୍ୟ..

- Advertisement -

ବିଳମ୍ବରେ ଜଳଖିଆ ଖାଇବା ଦ୍ୱାରା ଶରୀରକୁ ଶକ୍ତିର ଅଭାବ ହୋଇଥାଏ। ଏହାଦ୍ୱାରା ଥକ୍କାପଣ, ମାନ୍ଦା ଅନୁଭବ ହୋଇଥାଏ। ଫଳରେ କର୍ମକ୍ଷେତ୍ରରେ ପ୍ରଭାବ ପଡିଥାଏ। ବ୍ୟାୟାମ ମଧ୍ୟ କରି ହୁଏ ନାହିଁ।

ବିଳମ୍ବରେ ଜଳଖିଆ କରିବା ଦ୍ୱାରା ଶର୍କରାର ମାତ୍ରା ହ୍ରାସ ପାଇଥାଏ। ଏହାପରେ ହଠାତ୍ ଜୋରରେ ଭୋକ ଲାଗିଥାଏ। ପ୍ରାୟତଃ ସେହି ସମୟରେ ଅଧିକାଂଶ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଥାଆନ୍ତି। ଯାହା ଓଜନ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ମୋଟାପଣ- ବିଳମ୍ବରେ ଜଳଖିଆ କରିବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ।

ବିଳମ୍ବରେ ଜଳଖିଆ କରିବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ବଢିଥାଏ। ଶରୀରକୁ ଲଗାତାର ଦୁର୍ବଳ ଅନୁଭବ ହୋଇଥାଏ। ଫଳରେ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ।

କ’ଣ ଖାଇବେ..
ଫଳ
ଦଲିଆ
ଅଣ୍ଡା
ଓଟ୍ସ
ରୁଟି
ଦହି

 

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories