www.samajalive.in
Sunday, December 14, 2025
26.1 C
Bhubaneswar

ଏଲଆଇସିର ଆକର୍ଷଣୀୟ ସ୍କିମ୍‌, ଥରେ ନିବେଶ କରି ସାରା ଜୀବନ ପାଇବେ ମାସକୁ ୧୨ ହଜାର ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଅବସର ପରେ ଲୋକଙ୍କୁ ଜୀବନରେ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଯଦି ଆପଣ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି, ତେବେ ଏଲଆଇସିର ଏକ ଚମତ୍କାର ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଏଲଆଇସିର ଏହି ସ୍କିମ୍‌ର ନାଁ ହେଉଛି ସରଳ ପେନ୍‌ସନ୍ ଯୋଜନା। ଏହି ଯୋଜନାର ସବୁଠାରୁ ଖାସ୍‌ କଥା ହେଉଛି, ଏଥିରେ କେବଳ ଥରେ ନିବେଶ କରି ଆପଣ ସାରା ଜୀବନ ପେନ୍‌ସନ୍‌ର ଲାଭ ପାଇପାରିବେ। ଏହି ସ୍କିମ୍‌ରେ ବିନିଯୋଗ କରି ଆପଣଙ୍କୁ କୌଣସି ପ୍ରକାର ବଜାର ବିପଦର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପୁଞ୍ଜି ନିବେଶ ଦୃଷ୍ଟିରୁ ଏହି ଯୋଜନା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଲଆଇସିର ଏହି ଯୋଜନାରେ ଥରେ ନିବେଶ କରି, ଆପଣ ନିଜକୁ ଏବଂ ନିଜ ପରିବାରକୁ ଆର୍ଥିକ ସ୍ତରରେ ସୁରକ୍ଷିତ କରିପାରିବେ। ତେବେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ଏଲଆଇସି ସରଳ ପେନ୍‌ସନ୍‌ ଯୋଜନା ବିଷୟରେ –

ଏହି ଯୋଜନାରେ ନିବେଶ କରିବା ପାଇଁ ଆପଣଙ୍କୁ ଅତି କମ୍‌ରେ ୪୦ ବର୍ଷ ବୟସ ହୋଇଥିବା ଆବଶ୍ୟକ। ସେହିପରି ଏହି ସ୍କିମ୍‌ରେ ସର୍ବାଧିକ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ କରାଯାଇପାରିବ। ଏଲଆଇସି ସରଳ ପେନ୍‌ସନ୍‌ ଯୋଜନାରେ ଆପଣ ମାସିକ, ତ୍ରୈମାସିକ, ଛଅ ମାସିକ କିମ୍ବା ବାର୍ଷିକ ଭିତ୍ତିରେ ପଲିସି କ୍ରୟ କରିପାରିବେ।

- Advertisement -

ଆପଣଙ୍କ ଦ୍ଵାରା କିଣା ଯାଇଥିବା ପଲିସି ଆଧାରରେ ଯୋଜନାର ସର୍ବନିମ୍ନ କ୍ରୟ ପରିମାଣ ସ୍ଥିର କରାଯାଇଥାଏ। ଏହି ଯୋଜନାରେ ନିବେଶ ପରିମାଣକୁ ନେଇ କୌଣସି ପ୍ରକାରର ସୀମା ଧାର୍ଯ୍ୟ କରାଯାଇନାହିଁ। ଏହି ଯୋଜନାରେ ଆପଣ ଯେତେ ଚାହିଁବେ ସେତେ ନିବେଶ କରିପାରିବେ।

ଯଦି ଆପଣ ୪୨ ବର୍ଷ ବୟସରେ ଏଲଆଇସିର ସରଳ ପେନ୍‌ସନ୍‌ ଯୋଜନାରେ ଏକାଥରେ ୩୦ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୧୨,୩୮୦ ଟଙ୍କା ପେନ୍‌ସନ୍‌ ମିଳିବ। ସାରା ଜୀବନ ଆପଣ ଏହି ପେନସନର ଲାଭ ପାଇବେ।

ଏଲଆଇସି ସରଳ ପେନ୍‌ସନ୍‌ ଯୋଜନାରେ ମୃତ୍ୟୁଜନିତ ସୁବିଧା ମଧ୍ୟ ରହିଛି। ଯଦି ଦୁର୍ଭାଗ୍ୟବଶତ ପଲିସି ଧାରକଙ୍କ ମୃତ୍ୟୁ ଘଟେ, ତେବେ ନୋମିନୀଙ୍କୁ ପଲିସିରେ ନିବେଶ ହୋଇଥିବା ସମସ୍ତ ଟଙ୍କା ମିଳିଥାଏ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories