ଆକାଶ ଛୁଇଁଲା ବାବା ରାମଦେବଙ୍କ ସେୟାର

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଫୁଡ୍ସର ସେୟାର ମଙ୍ଗଳବାର ତୀବ୍ର ଗତିରେ ବଢିଛି । ସେୟାର ମାର୍କେଟ କାରବାର ଆରମ୍ଭ ହେବା ସହିତ ଏହି ଷ୍ଟକ୍ ପ୍ରାୟ ୨ ପ୍ରତିଶତ ବୃଦ୍ଧି ସହିତ ଖୋଲିଥିଲା । ସେନସେକ୍ସ-ନିଫ୍ଟି କିଛି ସମୟରେ ଖସିଥିଲା କିନ୍ତୁ ଯୋଗଗୁରୁ ରାମଦେବଙ୍କ ସେୟାର ରକେଟ ସାଜିଥିଲା । ମଙ୍ଗଳବାର ପତଞ୍ଜଳୀ ଫୁଡ୍ସର ସେୟାର ପ୍ରାୟ ୪ ପ୍ରତିଶତ ବୃଦ୍ଧି ସହିତ ୧୭୬୪.୪୦ ଟଙ୍କାର ନୂଆ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।

ବଜାର କାରବାର ସମୟରେ ପତଞ୍ଜଳୀ ଷ୍ଟକ୍ ୧୬୨୬ ଟଙ୍କାର ସର୍ବନିମ୍ନ ସ୍ତରରେ ମଧ୍ୟ ପହଞ୍ଚିଥିଲା । ପତଞ୍ଜଳୀ ଫୁଡ୍ସର ସେୟାରରେ ଗତ କିଛି ଦିନରେ ଲଗାତର ଗତି ଦେଖିବାକୁ ମିଳିଛି ଏବଂ ଏହା ପ୍ରାୟ ୫ ଦିନରେ ୯.୭୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଗତ କିଛି ଦିନରେ ସେୟାରରେ ବୃଦ୍ଧି ଫଳରେ କମ୍ପାନୀର ମାର୍କେଟ୍ କ୍ୟାପ୍ ଉପରେ ପ୍ରଭାବ ପଡିଛି ଏବଂ ଏହା ୫୭୨୪୦ କୋଟି ଟଙ୍କା ହୋଇଯାଇଛି । ତେବେ କାରବାରର ଶେଷ କିଛି ଘଣ୍ଟାରେ ସେୟାରର ଗତି ମନ୍ଥର ହୋଇଛି ଏବଂ ଏହା ୧.୭୧ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି । କହିରଖୁଛୁ ସେୟାର ବଜାରରେ କୌଣସି ପ୍ରକାର ନିବେଶ ପୂର୍ବରୁ ବଜାର ବିଶେଷଜ୍ଞଙ୍କଠୁ ପରାମର୍ଶ ନିଅନ୍ତୁ ।

ବର୍ଷା ଋତୁରେ ଏହିସବୁ ଖାଦ୍ୟ ପ୍ରତି ସାବଧାନ: ହୋଇପାରେ ସଂକ୍ରମଣ

Comments are closed.