www.samajalive.in
Sunday, December 7, 2025
16.1 C
Bhubaneswar

ବର୍ଷା ଋତୁରେ ଏହିସବୁ ଖାଦ୍ୟ ପ୍ରତି ସାବଧାନ: ହୋଇପାରେ ସଂକ୍ରମଣ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ସାଧାରଣତଃ ବର୍ଷା ଋତୁରେ ଅନେକ ପ୍ରକାର ରୋଗ ବ୍ୟାପିଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଋତୁରେ ସୁସ୍ଥ ରହିବା ପାଇଁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାରଣ ଖାଦ୍ୟ ଓ ପାନୀୟ ଆମ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ଋତୁରେ ତାପମାତ୍ରାରେ କ୍ରମାଗତ ପରିବର୍ତ୍ତନ ହେଉଥିବାରୁ ଜୀବାଣୁ, ଭୂତାଣୁ ଓ ଫଙ୍ଗସ୍‍ ନଷ୍ଟ ହୋଇଥାଏ । ତେବେ ବିଶେଷଜ୍ଞଙ୍କ ମତରେ କେଉଁ ଖାଦ୍ୟ ବର୍ଷା ଋତୁରେ ଖାଇବା ଉଚିତ କେଉଁଟା ନୁହେଁ ଚାଲନ୍ତୁ ଜାଣିବା ।
ବଷା ଋତୁରେ ଖାଦ୍ୟ ସାମଗ୍ରୀ କିଛି ଘଣ୍ଟା ମଧ୍ୟରେ ନଷ୍ଟ ହେଉଥିବାରୁ ଲୋକମାନେ ସତର୍କ ରହିବା ଜରୁରୀ । ଏହି ଋତୁରେ ଷ୍ଟ୍ରିଟ୍‍ ଫୁଡ୍‍ ଏବଂ ଜଙ୍କ୍‍ ଫୁଡ୍‍ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । କାରଣ ବର୍ଷା ଯୋଗୁଁ ବଜାରର ଦୋକାନ ଚାରିପଟେ ଅଳିଆ ଆବର୍ଜନା ଓ କାଦୁଅ ପଡି ରହିଥାଏ ଏବଂ ଏହା ଖାଦ୍ୟକୁ ଦୂଷିତ କରିଥାଏ । ଏଭଳି ପରିସ୍ଥିତିରେ ଯେଉଁମାନେ ନିକଟସ୍ଥ ଦୋକାନରୁ ଷ୍ଟ୍ରିଟ୍‍ ଫୁଡ କିମ୍ବା ଜଙ୍କ୍‍ ଫୁଡ ଖାଆନ୍ତି ତେବେ ପେଟରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ତେଣୁ ଏହି ଋତୁରେ ବାହାର ଖାଦ୍ୟଠାରୁ ଦୂରେଇ ରହିବା ଉଚିତ । ଏହା ବ୍ୟତୀତ ଲୋକମାନେ ବିଶୁଦ୍ଧ ଜଳ ପିଇବା ଉଚିତ୍‍ଏବଂ ଯଦି ପାଣିରେ ମଇଳା ଦେଖୁଛନ୍ତି ତେବେ ସେହି ପାଣିକୁ ଆଦୌ ପିଅନ୍ତୁ ନାହିଁ ।
ଯଦି ଆପଣଙ୍କ ପେଟ ରୋଗ କିଛି ବି ରହିଛି ତେତେ ରାସ୍ତାକଡ ଖାଦ୍ୟଠାରୁ ଦୂରତା ଅବଲମ୍ବନ କରନ୍ତୁ । ଏହା ସହିତ ଅତ୍ୟଧିକ ତୈଳ ଯୁକ୍ତ ଖାଦ୍ୟଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।
ବର୍ଷା ଋତୁରେ ସତର୍କତାର ସହିତ ଶାଗ ଓ ସବୁଜ ପନିପରିବା ଖାଆନ୍ତୁ । ଏହାକୁ ପ୍ରଥମେ ଭଲ ଭାବରେ ଧୋଇ ସଫା କରନ୍ତୁ ଏବଂ ପରେ ବ୍ୟବହାର କରନ୍ତୁ । ଯଦି ସମ୍ଭବ ହୁଏ ବର୍ଷା ଋତୁରେ ଶାଗ ଭଳି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।
ବର୍ଷା ଋତୁରେ ୩-୪ଘଣ୍ଟାରୁ ଅଧିକ ସମୟ ଧରି ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା ସଂକ୍ରମଣ ବଢିବା ଆଶଙ୍କା ରହିଛି । କେବଳ ଘର ତିଆରି ଖାଦ୍ୟ ଖାଆନ୍ତୁ । ଖାଦ୍ୟକୁ ଫ୍ରିଜ୍‍ରେ ରଖିବା ଏବଂ ପରଦିନ ଏହାକୁ ଖାଇବାଠାରୁ ଦୂରେଇ ରୁହନ୍ତୁ ।
ବିଶେଷଜ୍ଞଙ୍କ ମତରେ ଏହି ଋତୁରେ ଲୋକମାନେ ଆମିଷ, କଟା ହୋଇ ରଖାଯାଇଥିବା ଫଳ ଏବଂ ବାହାରେ ଖୋଲାରେ ରଖାଯାଇଥିବା ଖାଦ୍ୟ ଖାଇବା ଉଚିତ୍‍ ନୁହେଁ । ଏହାଦ୍ୱାରା ଶରୀରେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ତାଜା ଫଳ କିଣି ଏହାକୁ ଖାଇବା ଉଚିତ୍‍ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories