www.samajalive.in
Sunday, December 14, 2025
19.1 C
Bhubaneswar

ବୁଧଙ୍କ ରାଶି ପରିବର୍ତ୍ତନ ;ବଦଳିବ ଭାଗ୍ୟ, ୧୨ ରାଶିରେ ପ୍ରଭାବ, ଏହି ରାଶିଙ୍କୁ ମିଳିବ ଚାକିରି, ହେବ ବିବାହ..

ଜୁନ୍ ୨୯ ମଧ୍ୟାହ୍ନ ୧୨ଟା ୨୯ ମିନିଟ୍ ରେ ବୁଧ ରାଶି ପରିବର୍ତ୍ତନ କରିବେ। ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। କର୍କଟ ରାଶିରେ ବୁଧ ୧୯ ଜୁଲାଇ ପର୍ଯ୍ୟନ୍ତ ରହିବେ। ୧୯ ଜୁଲାଇ ରାତି ୮ଟା ୪୮ ମିନିଟରେ ବୁଧ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ତେବେ ଜାଣନ୍ତୁ ବୁଧଙ୍କ ଏହି ରାଶି ପରିବର୍ତ୍ତନ ଦ୍ୱାରା ରାଶି ଉପରେ କି ପ୍ରଭାବ ପଡିବ..

ମେଷ – କେତେକ ସ୍ଥାନରେ ଆପଣଙ୍କୁ ସଫଳତା ବିଳମ୍ବରେ ମିଳିପାରେ। ଘର, ଯାନ କିଣିବା ପାଇଁ ସମୟ ଉତ୍ତମ ରହିଛି। କର୍ମକ୍ଷେତ୍ର ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ଶୁଭଫଳ ପ୍ରଦାନ କରିବ। ଶୁଭ ଖବର ମଧ୍ୟ ମିଳିପାରେ।

- Advertisement -

ବୃଷ – କାର୍ଯ୍ୟରେ ସଫଳତା ମିଳିବ। ବାଣୀରେ ମଧୁରତା ରହିବ। ଫଳରେ ଲାଭବାନ୍ ହେବେ। ନୂତନ ଚାକିରି ମିଳିବାର ସମ୍ଭାବନା ରହିଛି। ବିଦେଶ ଯାତ୍ରାର ଯୋଗ ରହିଛି। ଯାତ୍ରା ଓ ପୂଜାପାଠରେ ଭଲ ସମୟ ଅତିବାହିତ ହେବ।

ମିଥୁନ – ଆମଦାନୀ ବୃଦ୍ଧି ପାଇବ। ଧନ ବୃଦ୍ଧି ପାଇଁ ମନ ଖୁସି ରହିବ। ସୁଖସମୃଦ୍ଧି ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ। ବାହାରର ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ। ଅବିବାହିତ ଯୁବକ ଯୁବତୀଙ୍କର ବିବାହର ଯୋଗ ରହିଛି। କଥାରେ ମଧୁରତା ପାଇଁ ସଫଳତା ପାଇବେ।

ବାସ୍ ମହୁର ଏହି ସରଳ ଉପାୟ ; ମାଲାମାଲ୍ କରିବା ସହ ଦୂର ହୁଏ ଗ୍ରହ ଦୋଷ..

କର୍କଟ – ଚାକିରିରେ ପଦନ୍ନୋତି ସମ୍ଭାବନା ରହିଛି। ଦରମା ମଧ୍ୟ ବୃଦ୍ଧି ହୋଇପାରେ। ମାତ୍ର ଅଯଥାରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟୀ ଲାଭବାନ୍ ହେବେ।

ସିଂହ – ଶିକ୍ଷା କ୍ଷେତ୍ରରେ ବୁଧଙ୍କ ରାଶି ପରିବର୍ତ୍ତନ ପାଇଁ ଲାଭବାନ୍ ହେବେ। ବିଦେଶ ଯାତ୍ରାର ଯୋଗ ରହିଛି। ପରିଶ୍ରମ ଅଧିକ କରିବାକୁ ପଡି ପାରେ।

କନ୍ୟା – ଆମଦାନୀ ବୃଦ୍ଧି ପାଇବ। ଧନର ନୂଆ ସ୍ରୋତ କାରଣରୁ ଧନବାନ୍ ହୋଇପାରିବେ। ଅଧିକ ଟଙ୍କା ସଞ୍ଚୟ କରିବେ। ଚାକିରି ପାଇଁ ଶୁଭ ସମୟ ରହିଛି। ଅଟକି ଥିବା ଧନ ମିଳିବ।

ତୁଳା – ବୁଧଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭଙ୍କର। ନୂଆ କାମ ପାଇଁ ସମୟ ଅନୁକୂଳ। ସଠିକ୍ ନିଷ୍ପତ୍ତି ନେଇ କାମରେ ଆଗକୁ ବଢନ୍ତୁ। ପଦ ପ୍ରତିଷ୍ଠା ମିଳି ପାରେ।

ବିଛା – ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ପୂଜାପାଠରେ ଭଲ ସମୟ ଅତିବାହିତ ହେବ। ଦାନ ସହ ତୀର୍ଥ ଯାତ୍ରାର ଯୋଗ ରହିଛି। କର୍ମକ୍ଷେତ୍ରରେ ସକରାତ୍ମକ ପ୍ରଭାବ ମିଳିବ। ପ୍ରଶଂସାର ପାତ୍ର ହେବେ। ପରିବାର ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

ଧନୁ- ବୈବାହିକ ଜୀବନରେ ସମସ୍ୟା ହୋଇପାରେ। ଅଯଥା କଥାରେ କ୍ରୋଧ କରନ୍ତୁ ନାହିଁ। ଭାବିଚିନ୍ତି କାମ କରନ୍ତୁ।

ମକର – ସରକାରୀ ଚାକିରି କିମ୍ବା କୌଣସି ନୂତନ କାମ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ଶୁଭଙ୍କର। ନୂତନ ଗାଡି କିମ୍ବା ନୂଆ ଘର କିଣିପାରିବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭଙ୍କର। ସଫଳତା ମିଳିବ।

କୁମ୍ଭ – ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ। ରୋଗରେ ପଡି ପାରନ୍ତି। ଟଙ୍କା କରଜ ଦିଅନ୍ତୁ ନାହିଁ।

ମୀନ – ସୁଖସମୃଦ୍ଧି ବୃଦ୍ଧି ପାଇବ। ପ୍ରେମ କ୍ଷେତ୍ରରେ ସଫଳତା ମିଳିବ। ବିବାହର ଯୋଗ ରହିଛି। ବ୍ୟବସାୟୀ ଓ ଚାକିରି କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍ ହେବେ। ବିଦ୍ୟାର୍ଥୀ ପରିଶ୍ରମ କରନ୍ତୁ।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories