ନଦୀରେ ଭାସିଗଲା ସେନା ଟ୍ୟାଙ୍କ୍‍: ୫ ଯବାନ ଭାସିଯାଇଥିବା ସନ୍ଦେହ

ଲଦାଖ: ଲଦାଖରେ ସେନା ଟ୍ୟାଙ୍କ୍‍ ଅଭ୍ୟାସ ବେଳେ ବଡ ଅଘଟଣ । ନଦୀ ପାର ବେଳେ ଦୌଲତ ବାଗ୍‍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କ୍‍ ଭାସିଯିବାରୁ ବଡ ଅଘଟଣ ଘଟିଛି । ଶୁକ୍ରବାର ଦିନ ଏଠାରେ ସେନା ଟ୍ୟାଙ୍କ୍‍ ଅଭ୍ୟାସ ଚାଲିଥିବାବେଳେ ଯବାନମାନେ ନଦୀ ପାର ବେଳେ ଜଳସ୍ତର ବଢିଥିଲା । ଫଳରେ ନଦୀ ପାଣିରେ ୪-୫ଜଣ ଯବାନ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.