www.samajalive.in
Saturday, December 6, 2025
16.1 C
Bhubaneswar

ବାପାକୁ ବାଉଁଶ ବାଡିରେ ପିଟି ପିଟି ହତ୍ୟା ; ପୁଅ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ଘେନୁପାଲି ବୁଦେଲଛିଣ୍ଡା ଗ୍ରାମରେ ନିଜର ପିତାକୁ ହତ୍ୟା କରିଥିବା ହତ୍ୟାକାରୀ ପୁଅକୁ ସଦର ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି। ପୁଲିସର ସୂଚନାନୂଯାୟୀ, ରାମ ପ୍ରସାଦ ବାଗଙ୍କୁ ତାଙ୍କର ପୁତ୍ର ଧିରେନ ବାଗ ଘରୋଇ କଳହ ପାଇଁ ଏକ ବାଉଁଶ ବାଡିରେ ପିଟି ପିଟି ହତ୍ୟା କରିଥିଲା। ଏହି ଘଟଣାରେ ତଦନ୍ତ ପରେ ଅଭିଯୁକ୍ତ ହତ୍ୟାକାରୀ ଧିରେନଙ୍କୁ ସଦର ପୁଲିସ ଗିରଫ କରି ଅଦାଲତକୁ ଶୁକ୍ରବାର ଚାଲାଣ କରିଛି। ଏଥି ସହ ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁଶ ବାଡିକୁ ମଧ୍ୟ ପୁଲିସ ଜବତ କରିଛି।

ନିଶା କଫସିରପ ସମେତ କାର ଜବତ, ୨ ଗିରଫ

- Advertisement -

ସୂଚନାଯୋଗ୍ୟ ଯେ, ରାମ ପ୍ରସାଦଙ୍କ ପରିବାରରେ କୌଣସି କାରଣରୁ ପାରିବାରିକ ବିବାଦ ଲାଗି ରହିଥିବା ବେଳେ ଏହାକୁ କେନ୍ଦ୍ର କରି ବୁଧବାର ରାତ୍ରିରେ ପୁତ୍ର ଧିରେନ ଏକ ବାଉଁଶ ବାଡିରେ ମାଡ ମାରି ତାଙ୍କୁ ହତ୍ୟା କରିଥିଲା। ଏହି ଘଟଣା ଗୁରୁବାର ସକାଳ ସମୟରେ ଜଣା ପଡିବା ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories