www.samajalive.in
Friday, December 5, 2025
26.1 C
Bhubaneswar

ନିଶା କଫସିରପ ସମେତ କାର ଜବତ, ୨ ଗିରଫ

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ବାରମ୍ବାର ଦାବି ପରେ ପୁଲିସ ପକ୍ଷରୁ ପଦକ୍ଷେପ ନେବାର ଆରମ୍ଭ ହୋଇଛି। ଏଭଳି ଏକ ଘଟଣାରେ ଗୁରୁବାର ଦିନ ସମୟରେ ପାଟ୍ରୋଲିଂ ସମୟରେ ବିପୁଳ ମାତ୍ରାରେ ନିଶା କଫ ସିରପ ଜବତ କରିଛି।

ଦେଖନ୍ତୁ ଭିଡିଓ ; ପେରୁରେ ଶକ୍ତିଶାଳୀ ଭୂକମ୍ପ ଝଟକା

- Advertisement -

ପୁଲିସର ସୂଚନାନୁଯାୟୀ, ପାଟ୍ରୋଲିଂ ସମୟରେ ଖବର ପାଇ ପୁଲିସ ଚେକିଂ କରିଥିଲା। ଦୁର୍ଗାପାଲି ଛକ ଠାରେ ଚେକିଂ ସମୟରେ ବୁର୍ଲା ଅଞ୍ଚଳରୁ ସମ୍ବଲପୁର ସହରକୁ ବେଆଇନ ଭାବରେ ଏକ ଦାମୀକିଆ କାର ଯୋଗେ ୧୪ ଶହ ନିଶା କଫ ସିରପ ଚାଲାଣ ସମୟରେ ଧରା ପଡିଥିଲା। ଏଣୁ ଗାଡି ଚାଳକ ତଥା ବଡବଜାର ସୁନାରୀପଡା ନିବାସୀ ନିତ୍ୟାନନ୍ଦ ବିଶି (୩୭) ଓ ଭତରା ନିବାସୀ ସୁକାନ୍ତ ସାହୁ (୪୯) ଙ୍କୁ ଧରାଯାଇଥିଲା। ଅଭିଯୁକ୍ତ ମାନଙ୍କ ନିକଟରୁ ୧୪ ହଜାର ୫ ଶହ ଟଙ୍କା, ଗୋଟିଏ ଦାମୀକିଆ କାର, ୨ ମୋବାଇଲ ଫୋନ ସହିତ ନିଶା କଫ ସିରପ ଗୁଡିକୁ ଜବତ କରାଯାଇଛି। ଏ ନେଇ କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଶୁକ୍ରବାର ଚାଲାଣ କରାଯାଇଛି। ଅପରପକ୍ଷରେ ନିତ୍ୟାନନ୍ଦ ବିଶିଙ୍କ ନାମରେ ବିଭିନ୍ନ ଥାନାରେ ୪ଟି ମାମଲା ରହିଥିବା ବେଳେ ସୁକାନ୍ତ ସାହୁଙ୍କ ନାମରେ ମଧ୍ୟ ଧନୁପାଲି ଥାନାରେ ୨ଟି ମାମଲା ରହିଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ସମ୍ବଲପୁର ପୁଲିସ ସୂଚନା ଦେଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories