ଏହି ରାଶିର ଲୋକଙ୍କ ଆର୍ଥିକ ସମସ୍ୟା ଦୂର ହେବ: ଶନିବାର ରାଶିଫଳ

ମେଷ: ହର୍ଷଯୁକ୍ତ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନାଗମର ମାତ୍ରା ବୃଦ୍ଧି ପାଉଥିବାବେଳେ ବ୍ୟୟର ମାତ୍ରା ତା’ଠାରୁ ଅଧିକ ହେବାର ସୂଚନା ମିଳୁଛି। ଶତ୍ରୁ ବଳବାନ୍‌ ହେବେ। କ୍ରୋଧିତ ହୋଇପାରନ୍ତି।
ବୃଷ: ନାନାବିଧ ସମ୍ମାନର ଅଧିକାରୀ ହେବେ। କୀର୍ତ୍ତିମାନ୍‌ ହେବେ। ଭୋଗୀ ଓ ବିଳାସୀ ହେବେ। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭପ୍ରଦ ହେବ। ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାଣୀ ଲାଭ ହୋଇପାରେ।
ମିଥୁନ:ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ଓ ବସ୍ତ୍ର ପ୍ରାପ୍ତିର ସୁଯୋଗ ଅଛି। ଯାନବାହନ ସୁଖ ମିଳିବ। ରାଜପ୍ରାସାଦ ହେତୁ ସମସ୍ତ ସୁଖୈଶ୍ଚର୍ଯ୍ୟ ଭୋଗ କରିବେ। ଗୁଣବାନ୍‌ ହେବେ। ଦୁଃଖ ଭୋଗୀ ଓ ଶତ୍ରୁ ନାଶ କରିପାରନ୍ତି।
କର୍କଟ:ରୂପବାନ୍‌ ହେବେ। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରୀୟ ହେବାର ସୂଚନା ମିଳୁଛି। ବିଦ୍ବାନ୍‌, ଦୟାଳୁ ସ୍ବଭାବର ହେବେ। ଧନବାନ୍‌ ହେବେ। ଭ୍ରମଣ ନିରତ ହେବେ। ସୁସ୍ଥ ରହିବେ।
ସିଂହ: ଦୃଢ଼ ବିକ୍ରମୀ ହୋଇପାରନ୍ତି। ଉଚ୍ଚାସନରେ ଆସୀନ ହେବେ। ସତ୍‌ମାର୍ଗରେ ପରିଚାଳିତ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା:ଦିନଟି ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସେବକ ମନୋବୃତ୍ତିର ହେବେ। ସୁଖାଦ୍ୟ ସହିତ ଆନନ୍ଦ ଉପଭୋଗ କରିବେ।
ତୁଳା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ବିଖ୍ୟାତ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ବୁଦ୍ଧି, ବିଦ୍ୟାଯୁକ୍ତ ହେବେ। ଶ୍ରେଷ୍ଠକର୍ମଯୁକ୍ତ ହେବେ।
ବିଛା: ଶାସ୍ତ୍ରାଭ୍ୟାସୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି। ଶତ୍ରୁଭାବ ବୃଦ୍ଧି ହେଲେ କିଛି ଅନିଷ୍ଟ ହେବ ନାହିଁ। ପରୋପକାରୀ ହେବେ।
ଧନୁ: ରାଜପୂଜିତ ହେବେ। ଯାନବାହନ ସୁଖ ମିଳିବ। ଗ୍ରାମାଧୀଶ ହେବେ। ପରାକ୍ରମଶାଳୀ ହୋଇପାରନ୍ତି। ବହୁ ପୋଷକ ହେବେ। ବାସଗୃହ ପ୍ରଦୂଷିତ ହୋଇପାରେ। ଭ୍ରମଣ ଯୋଗ ଅଛି। ସତର୍କରେ ଚଳିବେ।
ମକର: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସୁଖ, ଧନ, ପୁତ୍ରକନ୍ୟାଯୁକ୍ତ ହେବେ। ଭାଇଙ୍କ ଉପରେ ବିପଦ ରହିଛି। ଉତ୍ତମ ମିତ୍ର ସହ ପୁତ୍ରଲାଭର ସୂଚନା ମିଳୁଛି।
କୁମ୍ଭ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। ଚିନ୍ତାଜଳରେ ବୁଡ଼ି ରହି ମଧ୍ୟ ମନ ପ୍ରଫୁଲ୍ଲ ରହିବ।
ମୀନ: ଆୟ ସାମାନ୍ୟ ପରିମାଣର ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.