www.samajalive.in
Friday, December 5, 2025
23.1 C
Bhubaneswar

ଶ୍ରମିକଙ୍କ ମୃତ୍ୟୁକାଳୀନ ଟଙ୍କା ଆତ୍ମସାତ ଅଭିଯୋଗ: ଜିଲା ଶ୍ରମ ଅଧିକାରୀ ନିଲମ୍ବିତ

ରାୟଗଡ଼ା: ରାୟଗଡା ଜିଲା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ଶୁଭଦର୍ଶନୀ ସାହୁଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ ପରେ ଶ୍ରୀମତୀ ସାହୁଙ୍କୁ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଏହାପରେ ଶୁକ୍ରବାର ଭିଜିଲାନ୍ସର ୪ ଜଣିଆ ଟିମ ସ୍ଥାନୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଚଢାଉ କରି ଏହି ଦୁର୍ନୀତିର ଖୋଳତାଡ ଆରମ୍ଭ କରିଛନ୍ତି । ଭିଜିଲାନ୍ସ ଇନିସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଛି । ଦୁଇଦିନ ତଳେ ରାୟଗଡ଼ା ଜିଲା ଶ୍ରମ ଅଧିକାରୀ ଜସ୍ମୀନ ସାହୁଙ୍କୁ ସମସ୍ତ ଦାୟିତ୍ୱରୁ ହଟାଇ ଅନ୍ୟ ଜଣେ ଜିଲା ଶ୍ରମ ଅଧିକାରୀ ଗୋପାଳ କୃଷ୍ଣ ମଙ୍ଗରାଜଙ୍କୁ କଲ୍ୟାଣ ବିଭାଗ ସହ ଏନଫୋର୍ସମେଣ୍ଟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜିଲା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନରେ ଜିଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ ବ୍ୟାପକ ଅନିୟମିତତା କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଗତ ଜୁନ ୧୬ ତାରିଖରେ ରାୟଗଡ଼ା ଜିଲା ଶ୍ରମ ବିଭାଗରେ ଦୁଇ ଜଣିଆ ଟିମ୍ ଖୋଳତାଡ ଆରମ୍ଭ କରିଥିଲେ । ରାଜ୍ୟ ଶ୍ରମ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରୁ ଅତିରିକ୍ତ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ ଓ ରାଜ୍ୟ ସରକାରଙ୍କ ଓଏସଡି ପ୍ରଶାନ୍ତ କୁମାର ବଳିୟାରସିଂ, ଜେଏଲସି ନରେନ୍ଦ୍ର ରାଇକା ରାୟଗଡ଼ା ଆସି ଘଟଣାର ତଦନ୍ତ କରିଥିଲେ । ରାୟଗଡା ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ, ଜିଲା ଶ୍ରମ ଅଧିକାରୀ(କଲ୍ୟାଣ) ଗୋପାଳ କୃଷ୍ଣ ମଙ୍ଗରାଜ, ଅତିରିକ୍ତ ଶ୍ରମ ଅଧିକାରୀ ସଂଜୟ କୁମାର ରଇତଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପଚାରାଉଚୁରା କରିବା ସହ ରେକର୍ଡ ପତ୍ର ଛାନଭିନ କରିଥିଲେ ।
ଗତ ୨୦୨୧-୨୨ ବର୍ଷରୁ ଚଳିତ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ମୃତ୍ୟୁକାଳୀନ ସହାୟତା ରାଶିର ସମସ୍ତ ଫାଇଲପତ୍ର ଯାଞ୍ଚ କରିଥିଲେ । ଚନ୍ଦ୍ରପୁର ଓ ମୁନିଗୁଡା ଦୁଇଟି ବ୍ଳକରେ ଚଞ୍ଚକତା କରାଯାଇ ମୃତ ନିର୍ମାଣ ଶ୍ରମିକଙ୍କ ନାମରେ ଆସିଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ସମେତ ଏଭଳି ଅନେକ ମାମଲାରେ ହିତାଧିକାରୀମାନଙ୍କ ସହାୟତା ରାଶି ହରିଲୁଟ୍ ହୋଇଥିବା ମଧ୍ୟ ଜଣାପଡିଥିଲା । ଜାଲ କାଗଜପତ୍ର ତିଆରି କରି ହିତାଧିକାରୀମାନଙ୍କ ପାଇଁ ଆସିଥିବା ସହାୟତା ରାଶିକୁ ହରିଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଗତ ୧୭ ତାରିଖରେ ତଦନ୍ତକାରୀ ଟିମ୍ ମୁନିଗୁଡା ବ୍ଲକର ଅମ୍ବାଦଳା ନିକଟସ୍ଥ ଇନ୍ଦ୍ରାପଡାର ହିତାଧିକାରୀ ମାନଙ୍କ ଘରକୁ ଯାଇ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତ ରିପୋର୍ଟକୁ ଆଧାର କରି ରାଜ୍ୟ ସରକାର ଶ୍ରୀମତୀ ସାହୁଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories