www.samajalive.in
Saturday, December 6, 2025
26.1 C
Bhubaneswar

ଅଳିଆ ଗଦାରେ ପାଠ ପଢୁଛନ୍ତି ପିଲା: ତାତିଲେ ଅଭିଭାବକ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ

ବାଲେଶ୍ୱର: ନୀଳଗିରି ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ। ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟକୁ ପରିଷ୍କାର ନ କରି ପିଲାମାନଙ୍କୁ ଅସ୍ଵାସ୍ଥ୍ୟକର ପରିବେଶରେ ପାଠ ପଢାଯାଉଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ପରିସରରେ ଜଙ୍ଗଲ ସୃଷ୍ଟି ହୋଇଛି। ସ୍କୁଲ ଭିତରେ ଅଳିଆ ଆର୍ବଜନା ଗଦା ହୋଇରହିଛି। ଫଳରେ ଏଭଳି ପରିବେଶରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବାକୁ ଛାଡିବାକୁ ଅଭିଭାବକମାନେ ସୁରକ୍ଷିତ ମଣୁନାହାନ୍ତି। ଏହି ଘଟଣାକୁ ନେଇ ଆଜି ସକାଳେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଫିସ ଭିତରେ ତାଲା ପକାଇ ଦେଇଥିଲେ ଅଭିଭାବକ। ପରେ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories