www.samajalive.in
Tuesday, December 9, 2025
16.1 C
Bhubaneswar

ଜି.ଉଦୟଗିରି ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନମହୋତ୍ସଵ

ଜି ଉଦୟଗିରି: ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର ତଲାରିମାହା ବିଟ୍‌ର ଭାଞ୍ଜପଦର ସଂରକ୍ଷିତ ଜଙ୍ଗଲରେ ୭୫ତମ ବନମହୋତ୍ସଵ ପାଳିତ ହୋଇଯାଇଛି। ଉପ ବନ ସଂରକ୍ଷକ କାଜଲ୍ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ଅନ୍ୟତମ ଅତିଥି ଭାବେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କୁମାର କହଁର, ସରପଞ୍ଚ ତାଲାରିମାହା ବଳଭଦ୍ର କହଁର ନାଏବ ସରପଞ୍ଚ ପ୍ରିୟଙ୍କା ପ୍ରଧାନ ଓ ଅବସରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ସଂରକ୍ଷିତ ଜଙ୍ଗଲରେ ୫୦ହେକ୍ଟର ଅଞ୍ଚଳରେ ବିଭିନ୍ନ ପ୍ରକାରର ୧୦୦୦୦ ଚାରା ରୋପଣ କରାଯିବା ନେଇ ବନପାଳ ରଶ୍ମିତା ବକ୍ସି ସୂଚନା ଦେଇଛନ୍ତି। ପୂର୍ବରୁ ଉକ୍ତ ବନାଞ୍ଚଳ ଅନ୍ତର୍ଗତ ସିରିକି ଇକୋ ପାର୍କଠାରେ ବନପାଳ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗଦେଇ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories