www.samajalive.in
Saturday, December 6, 2025
15.1 C
Bhubaneswar

ରାଷ୍ଟ୍ରପତିଙ୍କ ଉପରେ ‘କଳା ଯାଦୁ’ ପ୍ରୟୋଗ କରି ୨ ମନ୍ତ୍ରୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଉପରେ କଳା ଯାଦୁ (ବ୍ଲାକ ମ୍ୟାଜିକ) ପ୍ରୟୋଗ କରି ଗିରଫ ହୋଇଛନ୍ତି ୨ ମନ୍ତ୍ରୀ। ଏହି ଦୁଇ ମନ୍ତ୍ରୀ ହେଲେ ଶମନାଜ ସଲିମ ଏବଂ ତାଙ୍କ ପୂର୍ବତନ ସ୍ଵାମୀ ଆଡାମ ରମିଜ। ଶମନାଜ ପରିବେଶ ରାଷ୍ଟ୍ରମନ୍ତ୍ରୀ ଥିଲେ। ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ରମିଜ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ବୋଲିସ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି। ତେବେ ସେମାନେ କେଉଁ ଉଦ୍ଦେଶ୍ୟରେ ମୁଇଜ୍ଜୁଙ୍କ ଉପରେ କଳାଯାଦୁ ପ୍ରୟୋଗ କରୁଥିଲେ ସେ ବିଷୟରେ କିଛି ସୂଚନା ମିଳିନାହିଁ। ଉଭୟ ଶମନାଜ ଏବଂ ରମିଜ ରାଷ୍ଟ୍ରପତିଙ୍କର ଘନିଷ୍ଠ ଥିଲେ।

ଶମନାଜ ପୂର୍ବରୁ ମାଲେ ସହରର ମେୟର ଭାବେ କାମ କରୁଥିଲେ। କିନ୍ତୁ ଗତବର୍ଷ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ସେ ମେୟର ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିଥିଲା। ପରେ ତାଙ୍କୁ ପରିବେଶ ମନ୍ତ୍ରଣାଳୟକୁ ବଦଳି କରାଯାଇଥିଲା। ଶମନାଜଙ୍କ ସମେତ ତାଙ୍କ ପୂର୍ବତନ ସ୍ଵାମୀ ରମିଜ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସମସ୍ତଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories