ମିନି ବସ୍ – ଟ୍ରକ ଧକ୍କା ; ୧୩ ତୀର୍ଥ ଯାତ୍ରୀ ମୃତ 

ବେଙ୍ଗାଲୁରୁ: କର୍ଣ୍ଣାଟକର ହାବେରୀ ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଭୟଙ୍କର ସଡକ ଦୁର୍ଘଟଣାରେ ୧୩ ଜଣ ତୀର୍ଥ ଯାତ୍ରୀଙ୍କ ଜୀବନ ଚାଲି ଯାଇଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବାଏଦାଗି ଅଞ୍ଚଳରେ ଶୁକ୍ରବାର ଏକ ମିନିବସ୍ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେବା ଫଳରେ ଘଟିଛି।

ଖବର ପାଇବା ମାତ୍ରେ ପୁଲିସ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠା ଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ଶିବମୋଗାର ବାସିନ୍ଦା ଥିବା ବେଳେ ଦେବୀଙ୍କ ଦର୍ଶନ ସାରି ଫେରୁଥିଲେ।

ବର୍ଷା ଦିନେ ଖରାପ ହୋଇପାରେ ଏସି ; କରନ୍ତୁ ନାହିଁ ଏହି ଭୁଲ୍..

Comments are closed.