ଦେଶର ଅନେକ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇ ସାରିଛି। ବର୍ଷା ହେବା ପରେ ତାପମାତ୍ରାରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି। ବର୍ଷା ସମୟରେ ଅଧିକାଂଶ ଲୋକେ ନିଜର ଏସିର ସଠିକ୍ ଭାବେ ଯତ୍ନ ନେଇ ନଥାଆନ୍ତି। ଏହାଦ୍ୱାରା ଏସି ଖରାପ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ। ମୌସୁମୀ ବର୍ଷା ସମୟରେ ଅନେକ ସ୍ଥାନରେ ଜୋରରେ ପବନ ହୋଇଥାଏ। ଏହି ସମୟରେ ଏସି କମ୍ପରେସର, ତାର ନିକଟରେ ଅଳିଆ ଆର୍ବଜନା ଏକାଠି ହୋଇଥାଏ। ତେଣୁ ପବନ ବର୍ଷା ପରେ ନିଜ ଏସି କମ୍ପରେସର ନିକଟକୁ ଭଲ ଭାବେ ସଫା କରନ୍ତୁ। ବର୍ଷା ପାଣି ଆଦିରେ ଏସି କମ୍ପରେସରର କୌଣସି କ୍ଷତି ହୋଇନଥାଏ। ମାତ୍ର ଅଧିକ ଦିନ ଯାଏଁ ଏହି ଧୂଳି ଜମି ରହିଲେ ନିଶ୍ଚୟ ଏହାକୁ ସଫା କରନ୍ତୁ।
ଏସିକୁ ବର୍ଷା ଦିନେ ସଠିକ୍ ତାପମାତ୍ରାରେ ଚଲାନ୍ତୁ। ମୌସୁମୀ ସମୟରେ ଅଧିକ ଗୁଳୁଗୁଳି ହୋଇଥାଏ। ଯାହା ଦ୍ୱାରା ଅଧିକାଂଶ ଏହାକୁ ଡ୍ରାଏ ମୋଡ୍ ରେ ଲଗାଇ ଥାଆନ୍ତି।
ଏହି ସମୟରେ ଏସିର ଫିଲ୍ଟର ନିୟମିତ ସଫା କରନ୍ତୁ। ଏସି ଫିଲ୍ଟର ନିୟମିତ ସଫା ନକରିବା ଦ୍ୱାରା ଏହା ଅପରିଷ୍କାର ହେବା ସହ ଶୀଘ୍ର ଖରାପ ହୋଇ ଯାଇଥାଏ।
ଦେଖନ୍ତୁ ଭିଡିଓ ; ବର୍ଷାରେ ନାଚୁଥିଲେ ଯୁବତୀ, ହଠାତ୍ ମାରିଲା ବିଜୁଳି, ଆଉ ତା’ପରେ..
ବର୍ଷା ଦିନରେ ଏସି ସଠିକ୍ ଭାବେ ଶୀତଳତା ପ୍ରଦାନ କରୁନଥିଲେ, ନିଶ୍ଚୟ ମେକାନିକ୍ ଡାକି ଏହାକୁ ସଫା କରାଇ ଦିଅନ୍ତୁ। ଅଣଦେଖା କଲେ ଏସି ଖରାପ ହେବାର ଅଧିକ ସମ୍ଭାବନା ଥାଏ।
ଏସିର ଇନଡୋର ୟୁନିଟ୍ ନିକଟରେ କୌଣସି ଏପରି ଜିନିଷ ରଖନ୍ତୁ ନାହିଁ, ଯାହା ଉଷ୍ଣତା ପ୍ରଦାନ କରିଥାଏ। ଯେପରି ଏଲଇଡି ଟିଭି, କମ୍ପ୍ୟୁଟର ଆଦି ଜିନିଷକୁ ରଖନ୍ତୁ ନାହିଁ।



