www.samajalive.in
Saturday, December 6, 2025
14.1 C
Bhubaneswar

ସୁନାର ଶାଢି ପିନ୍ଧିବେ ନୀତା ଅମ୍ବାନୀ: କାଶୀରେ ୪ମାସ ହେଲାଣି ଚାଲିଛି ତିଆରି

ସମାଜ ଡିଜିଟାଲ ଡେସ୍କ: ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀ-ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବାହାଘରକୁ ନେଇ ସବୁଠି ଚର୍ଚ୍ଚା । ଅନନ୍ତ-ରାଧିକାଙ୍କ ପ୍ରାକ ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ଲାଗି ରହିଛି । ଜୁଲାଇ ୧୨ତାରିଖରେ ଅନନ୍ତ-ରାଧିକାଙ୍କ ବାହାଘର ହେବାକୁ ଯାଉଛି । ଏହାପୂର୍ବରୁ ତିନି ଦିନ ଧରି ଚାଲିବ ପ୍ରାକ୍‍ ବିବାହ ଉତ୍ସବ । ଏହାରି ଭିତରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷା ନୀତା ଅମ୍ବାନୀ ପୁଅର ବାହାଘର ନିମନ୍ତ୍ରଣ କାର୍ଡ ଧରି କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଛନ୍ତି। କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ସେଠାରେ ନୀତା କିଛି କାରିଗରଙ୍କୁ ଭେଟି ଏକ ସ୍ୱତନ୍ତ୍ର ଶାଢି ତିଆରି କରିବାକୁ ବରାଦ ଦେଇଛନ୍ତି । ନୀତା ଅମ୍ବାନୀଙ୍କ ପାଇଁ ଏହି ସୁନାର ଶାଢି ତିଆରିରେ ଗତ ୪ମାସ ହେଲାଣି ପ୍ରସ୍ତୁତିରେ ଲାଗିଛନ୍ତି କାରିଗର । ରାମନଗରରେ ଦୁଇରୁ ତିନି ଜଣ କାରିଗର ୪ମାସ ହେଲାଣି ନୀତା ଅମ୍ବାନୀଙ୍କ ପାଇଁ ସୁନାରେ ଶାଢି ବୁଣା କାର୍ଯ୍ୟ କରାଯାଉଛି । ରାତିରେ ନୀତା ଅମ୍ବାନୀ ସେଠାରେ ପହଞ୍ଚି କାରିଗରିଙ୍କ ଶାଢି ତିଆରି କାରୁକାର୍ଯ୍ୟ ମଧ୍ୟ ଦେଖିଥିଲେ । ଏହାସହିତ ରାମନଗରର ବିଭିନ୍ନ ବୁଣାକାରଙ୍କଠାରୁ ପୁଅ ବାହାଘର ପାଇଁ ପାଖାପାଖି ୧୦୦ରୁ ଅଧିକ ଶାଢି ଅର୍ଡର କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories