ଏକାଦଶୀରେ ଭାତ ଖାଉଥିଲେ ହୁଅନ୍ତୁ ସତର୍କ: ଜାଣନ୍ତୁ କଣ ରହିଛି ରହସ୍ୟ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଏକାଦଶୀର ମହତ୍ୱ ଅନେକ ରହିଛି । ଆଜି ଜୁଲାଇ ୨ତାରିଖରେ ଯୋଗିନୀ ଏକାଦଶୀ ପାଳନ କରାଯାଉଛି । ଧାର୍ମିକ ଅନୁସାରେ ବିଶ୍ୱାସ କରାଯାଏ ଯେ ଯୋଗିନୀ ଏକାଦଶୀରେ ଉପବାସ କରିବା ଦ୍ୱାରା ଅନେକ ପାପର ବିନାଶ ହୋଇଥାଏ । ଏହି ଉପବାସ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ । ବିଶ୍ୱାସ କରାଯାଏ ଯେ ଏହି ଉପବାସ କରିବା ଯାହା ୮୮,୦୦୦ ବ୍ରାହ୍ମଣ ଭୋଜନ ସହିତ ସମାନ । ଏକାଦଶୀ ଦିନ, ଚନ୍ଦ୍ର ଆକାଶରେ ଏକାଦଶ ଅକ୍ଷରେ ରୁହନ୍ତି ଏବଂ ଏହି ସମୟରେ ମାନସିକ ସ୍ଥିତି ଅତ୍ୟନ୍ତ ଚଳଚଞ୍ଚଳ ହୋଇଥାଏ । ତେଣୁ ଏକାଦଶୀ ଦିନ ଉପବାସ କରିଲେ ମନରେ ଥିବା ଅସ୍ତିରତାକୁ ନିୟନ୍ତ୍ରିତ କରିହୁଏ । ଜ୍ୟୋତିଷଙ୍କ ମତରେ ବିବେକ ଆଗରେ କେହି ବନ୍ଧୁ ନୁହଁନ୍ତି ଏବଂ ଏକାଦଶୀଠାରୁ ବଡ ବ୍ରତ ଆଉ କିଛି ନୁହେଁ ।
ଶାସ୍ତ୍ର ଏବଂ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ ସମସ୍ତ ପୂଜା-ପାଠ-ରୀତିନୀତି-ଉପାସନା-ଉପବାସ ଇତ୍ୟାଦିର କେବଳ ଗୋଟିଏ ଉଦ୍ଦେଶ୍ୟ ହେଉଛି ମନକୁ ଏକାଗ୍ରଚିତ କରିବା । କାରଣ ଯେପର୍ଯ୍ୟନ୍ତ ମନ ଏକାଗ୍ରଚିତ ହୋଇନାହିଁ ସେପର୍ଯ୍ୟନ୍ତ ଆପଣଙ୍କ ସଂକଳ୍ପ ଦୃଢ ହେବା ନାହିଁ । ଆପଣଙ୍କ ସଂକଳ୍ପ ଦୃଢ ନହେବା ପର୍ଯ୍ୟନ୍ତ ଜୀବନରେ ସଫଳତା ମିଳିବ ନାହିଁ । ତେଣୁ ଯେଉଁମାନେ ଏହି ପାଞ୍ଚଟି ଜ୍ଞାନ ଇନ୍ଦ୍ରିୟ, ପାଞ୍ଚଟି କର୍ମ ଇନ୍ଦ୍ରିୟ ଏବଂ ଗୋଟିଏ ମନରେ ନିୟନ୍ତ୍ରଣ ରଖିପାରେ ସେ ଏକାଦଶୀ ପରି ପବିତ୍ର ଓ ଦୟାବାନ ହୋଇଥାଏ । ଶାସ୍ତ୍ର ଅନୁସାରେ ଆମ ଶରୀର ହେଉଛି ରଥ ଆଉ ସେହି ରଥର ସାରଥି ହେଲା ବୁଦ୍ଧି । ଆମ ଶରୀରରେ ମୋଟ ୧୧ଟି ଇନ୍ଦ୍ରିୟ ରହିଛି ଏବଂ ମନ ହେଉଛି ଏକାଦଶ ଇନ୍ଦ୍ର
କାହିକିଁ ଭାତ ଖାଇବା ମନା
ଭାତରେ ଜଳର ଉପାଦାନର ପରିମାଣ ଅଧିକ ରହିଥାଏ । କାରଣ ଖେତରେ ସମ୍ପୂର୍ଣ୍ଣ ପାଣିରେ ଧାନକୁ ରୋଇବା ପରେ ଚାଷ କରାଯାଏ । ତେଣୁ ଏଥରେ ଜଳର ପ୍ରଭାବ ଅଧିକ ଏବଂ ଚନ୍ଦ୍ର ଜଳ ଉପରେ ବହୁତ ପ୍ରଭାବ ପକାଇଥାନ୍ତି । ଚାଉଳ ଖାଇବା ଦ୍ୱାରା ଶରୀରରେ ଜଳର ପରିମାଣ ବଢିଥାଏ । ଏହା ମନକୁ ବିଭ୍ରାନ୍ତ କରିଥାଏ ଏବଂ ଅଶାନ୍ତ କରିଥାଏ । ଏହାର କାରଣ ହେଉଛି ଚନ୍ଦ୍ର ଜଳ ସହିତ ଜଡିତ, ଏହା ନିଜ ଆଡକୁ ଜଳକୁ ଆକର୍ଷିତ କରିଥାଏ । ଯଦି ଜଣେ ବ୍ୟକ୍ତି ଏକାଦଶୀ ଦିନ ଚାଉଳରେ ପ୍ରସ୍ତୁତ ଭାତ କିମ୍ବା ଅନ୍ୟାନ୍ୟ ଖାଦ୍ୟ ଖାଆନ୍ତି ତେବେ ଚନ୍ଦ୍ରଙ୍କ କିରଣ ତାଙ୍କ ଶରୀରରେ ସମସ୍ତ ଜଳୀୟ ଅଂଶକୁ ବିକିରଣ କରିଥାଏ । ଫଳରେ ସେ ଉପବାସ କରିଥିଲେ ମଧ୍ୟ ରୀତିନୀତି ଅନୁସାରେ ପୂଜାପାଠ ଓ ମନ୍ତ୍ରଜପ ଇତ୍ୟାଦି ଏକାଗ୍ରତା ସହିତ କରିପାରିବେ ନାହିଁ । ମନ ଅସ୍ଥିର ରହିବାରୁ ଉପବାସର ନିୟମ ପାଳନ କରିବାରେ ବାଧା ସୃଷ୍ଟି କରିଥାଏ । ତେଣୁ ଚାଉଳ ଖାଇବା ଏକାଦଶୀରେ ନିଷେଧ ।

Comments are closed.