www.samajalive.in
Tuesday, December 9, 2025
19.1 C
Bhubaneswar

ଏମଏସଏସ ବିଦ୍ୟାପୀଠରେ ବନ ମହୋତ୍ସବ

ଆଠଗଡ଼: ଆଠଗଡ଼ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ସୋମବାର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରା ରୋପଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ମଧୁଲିତା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପ୍ରତି ବ୍ୟାପକ ଜଙ୍ଗଲ କ୍ଷୟ ସାଙ୍ଗକୁ ବିକାଶ ନାମରେ ବୃକ୍ଷ କଟାଯାଉଥିବାରୁ ଏହାର ବହୁ କୁପ୍ରଭାବ ପରିବେଶ ଉପରେ ପଡୁଛି। ଫଳରେ ବିଶ୍ୱରେ ପାଣିପାଗ ଓ ଋତୁଚକ୍ରରେ ଅସ୍ୱଭାବିକ ପରିବର୍ତ୍ତନ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ଉଦ୍‌‌ବେଗ ଜନକ ଭାବେ ବୃଦ୍ଧି ପାଉଛି। ଏହାକୁ ପ୍ରତିହତ କରିବା ଏବଂ ଏକ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷଚାରା ରୋପଣ ସହିତ ଜଙ୍ଗଲ ସଂପଦର ସୁରକ୍ଷା କରିବା ଆମର ନୈତିକ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସ୍କାଉଟ ଓ ଗାଇଡ, ଇକୋ କ୍ଲବର ଛାତ୍ରଛାତ୍ରୀଙ୍କ ସହ ମିଶି ବ୍ଲକ ଶିକ୍ଷାଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବହୁ ଚାରାରୋପଣ କରିଥିଲେ। ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ, ଶିକ୍ଷୟିତ୍ରୀ ଦିପ୍ତୀମୟୀ ନାୟକ, ଶାନ୍ତାକୁମାରୀ ସେଠୀ, ଆରତି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories