ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଶୁଆଳିସିଂ କଲେଜ ନିକଟ ରେଳଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ରବିବାର ସକାଳେ ସ୍ଥାନୀୟ ଲୋକେ ଏହି ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତଦେହଟି ଜଣେ ଯୁବକଙ୍କର ହୋଇଥିବାବେଳେ ତାଙ୍କ ପରିଚୟ ମିଳିପାରି ନାହିଁ। ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିଥିବା ଦେଖାଯାଇଛି। ଯୁବକଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
Popular Categories



