କେନ୍ଦୁଝରରେ ବୃଦ୍ଧି ପାଉଛି ଜବରଦଖଲ

କେନ୍ଦୁଝରଗଡ଼: ଗଳିକନ୍ଦିରୁ ପ୍ରମୁଖ ବଜାର ପର୍ଯ୍ୟନ୍ତ ସମଗ୍ର କେନ୍ଦୁଝର ସହର ଏବେ ଜରଦଖଲକାରୀଙ୍କ କବ୍‌‌ଜାରେ। ରାତାରାତି ମୂଲ୍ୟବାନ ସରକାରୀ ଜମିରେ ସ୍ଥାୟୀ ନିର୍ମାଣ ସହ ବ୍ୟବସାୟିକ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବା ଏବଂ ଜମିର ଆଦୌ ମାଲିକାନା ସତ୍ତ୍ୱ ନଥାଇ ସୁଦ୍ଧା ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ହେବା ଭଳି ଘଟଣା ଘଟୁଥିବା ଜଣାପଡିଛି।

ପୌରପାଳିକା ଅଧିନ ପୁରୁଣାବଜାର ଠାରୁ ଆରମ୍ଭ କରି ସାତସିଂଘା, ବଣିଆପାଟ, ଖୁଣ୍ଟାପଡ଼ା, ମାଇନିଂରୋଡ, ବଡହଳ, କାଶୀପୁର, ଜଗନ୍ନାଥପୁର, ମାଧପୁର, ଧାଙ୍ଗରପଡ଼ା ଆଦି ପ୍ରମୁଖ ସ୍ଥାନମାନଙ୍କରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରି ବେଆଇନ ନିର୍ମାଣ ସହ ବ୍ୟବସାୟ ହୋଇ ଆସିବା ସତ୍ତ୍ବେ ପ୍ରଶାସନର ନଜର ପଡୁନାହିଁ।

Comments are closed.