www.samajalive.in
Sunday, December 7, 2025
16.1 C
Bhubaneswar

କେଶ ପାଇଁ ତୁଳସୀର ବ୍ୟବହାର

ହିନ୍ଦୁଶାସ୍ତ୍ରରେ ତୁଳସୀକୁ ଏକ ପବିତ୍ର ବୃକ୍ଷ ମାନିଥାଆନ୍ତି। ଏହାଙ୍କୁ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ। ତୁଳସୀରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି। ସ୍ବାସ୍ଥ୍ୟ ନିମନ୍ତେ ତୁଳସୀ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଉତ୍ତମ ସ୍ବାସ୍ଥ୍ୟ ସହ କେଶ ପାଇଁ ତୁଳସୀ ଲାଭଦାୟକ ହୋଇଥାଏ।

ଆସନ୍ତୁ ଜାଣିବା କେଶ ପାଇଁ ତୁଳସୀର ବ୍ୟବହାର ସମ୍ବନ୍ଧରେ ..କେଶ ଝଡିବାରୁ ମୁକ୍ତି :

- Advertisement -

କେଶ ଝଡିବାରୁ ବର୍ତ୍ତିବା ପାଇଁ ତୁଳସୀର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେଲରେ ତୁଳସୀ ପତ୍ରକୁ ମିଶାଇ ଦିଅନ୍ତୁ। ତାପରେ ତାକୁ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। ଏହାଦ୍ବାରା କେଶର ମୂଳ ମଜଭୂତ ହୋଇଥାଏ। ଏପରି ପ୍ରତି ସପ୍ତାହରେ ୩ଥର କରିବା ଦ୍ବାରା କେଶ ଝଡିବା କମ୍ ହୋଇଯାଏ।ରୂପି ଜନିତ ସମସ୍ୟାରୁ ମୁକ୍ତି :

ତୁଳସୀରେ ଆଣ୍ଟି-ବ୍ୟାକ୍ଟେରିଆ ରହିଛି। ପ୍ରତିଦିନ ଆପଣ ବ୍ୟବହାର କରୁଥିବା ତେଲରେ ତୁଳସୀ ପକାଇ ଲଗାନ୍ତୁ। ଏପରି କରିବା ଦ୍ବାର କେଶର ରୁକ୍ଷତା ଦୂର ହୋଇଯାଏ। ତୁଳସୀର ତେଲ ଲଗାଇବା ଦ୍ବାରା ରୂପି ସମସ୍ୟା କମ୍ ହୋଇଯାଏ।କେଶ ଧଳା ହେବାରୁ ରକ୍ଷା କରେ :

କେଶ ଧଳା ହେବାରୁ ରକ୍ଷା କରିବା ପାଇଁ ତୁଳସୀ ଅତ୍ୟନ୍ତ ଲାଭଦାୟକ ଅଟେ। ତୁଳସୀ ପତ୍ରକୁ ଶୁଖାଇ ତାକୁ ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ। ତାକୁ ଅଅଁଳା ପାଉଡରରେ ଭଲ ଭାବେ ମିଶାଇ ଗୋଟେ ରାତି ପାଣି ଭିଜାଇ ଦିଅନ୍ତୁ। ସକାଳେ ସେହି ମିଶ୍ରଣକୁ କେଶରେ ଲଗାଇ କିଛି ସମୟରେ ପରେ ଧୁଅନ୍ତୁ। କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ବାରା କେଶର ପ୍ରାକୃତିକ ରଙ୍ଗ ଫେରି ଆସିବ। କେଶ ଧଳା ହେବ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories