www.samajalive.in
Sunday, December 7, 2025
16.1 C
Bhubaneswar

ଫାଟିପାରେ ଆପଣଙ୍କ ଫ୍ରିଜ୍‌ ! ଯଦି ଦେଉଛି ଏହି ସଙ୍କେତ ତେବେ ହୋଇଯାଆନ୍ତୁ ସାବଧାନ

ସମାଜ ଡିଜିଟାଲ ଡେସ୍କ: ଫ୍ରିଜ୍ ବର୍ତ୍ତମାନ ସମୟରେ ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଘରୋଇ ଉପକରଣ ପାଲଟିଛି। ପ୍ରାୟ ସମସ୍ତଙ୍କ ଘରେ ଏହା ନିଶ୍ଚିତ ରୂପେ ଥିବ। ବିଶେଷକରି ଖରାଦିନେ ଏହାର ବହୁଳ ବ୍ୟବହାର ହୋଇଥାଏ। ଏହାକୁ ବ୍ୟବହାର କରି ଆପଣ ଥଣ୍ଡା ପାଣି ପିଇପାରିବେ ଏବଂ ଆପଣଙ୍କ ଖାଦ୍ୟ ସାମଗ୍ରୀକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବେ। ଫ୍ରିଜ୍ ହେଉଛି ଏକମାତ୍ର ବୈଦ୍ୟୁତିକ ଉପକରଣ ଯାହା କ୍ୱଚିତ୍ ସମୟ ପାଇଁ ବନ୍ଦ ହୋଇଥାଏ। କାରଣ ଫ୍ରିଜ୍‌ ଦିନରାତି ବ୍ୟବହାର ହୋଇଥାଏ। ତେବେ ଆପଣ ଜାଣି ରଖିବା ଉଚିତ ଯେ ଏହାଦ୍ଵାରା ଆପଣଙ୍କର ବଡ଼ କ୍ଷତି ହୋଇପାରେ। ଏପରିକି କାହାର ଜୀବନ ମଧ୍ୟ ଚାଲିଯାଇପାରେ।

ଫ୍ରିଜ୍‌ ଅବିରତ ଚାଲୁଥିବା କାରଣରୁ ଏହାର କଂପ୍ରେସର ବିଶ୍ରାମ ପାଏ ନାହିଁ। ଏହି କାରଣରୁ ଫ୍ରିଜ୍ ଫାଟିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏପରି କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ଫ୍ରିଜ୍ ଫାଟିବା ପୂର୍ବରୁ ଅନେକ ପ୍ରକାରର ସଙ୍କେତ ଦେଇଥାଏ, ଯାହାକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଙ୍କେତଗୁଡ଼ିକୁ ଅଣଦେଖା କରିବା ପ୍ରାଣଘାତୀ ମଧ୍ୟ ହୋଇପାରେ।

- Advertisement -

ଫ୍ରିଜ୍‌ ଫାଟିବା ପୂର୍ବରୁ ଏହାର କଂପ୍ରେସର ଅତ୍ୟଧିକ ଗରମ ହେବାକୁ ଲାଗେ। ବାସ୍ତବରେ ସମଗ୍ର ଫ୍ରିଜ୍ ଫାଟି ନଥାଏ ବରଂ କଂପ୍ରେସର ଅଂଶ ଫାଟିଥାଏ। ଯଦି ଆପଣ ଏଥିପ୍ରତି ଧ୍ୟାନ ଦେବେ ନାହିଁ, ତେବେ ଆପଣଙ୍କ ଫ୍ରିଜ୍‌ର କଂପ୍ରେସର ଫାଟିପାରେ। ସାଧାରଣତଃ ପୁରୁଣା ଫ୍ରିଜ୍‌ରେ ଏଭଳି ସମସ୍ୟା ଦେଖାଦିଏ। ଯଦି ଆପଣଙ୍କର ମଧ୍ୟ ପୁରୁଣା  ଫ୍ରିଜ୍ ଏବଂ ଏହା ଗରମ ହେଉଛି ତେବେ ଆପଣ ସତର୍କ ରହିବା ଆବଶ୍ୟକ।

ଏପରି ଘଟଣା ସାଧାରଣ ନୁହେଁ। ଫ୍ରିଜ୍ ଏତେ ସହଜରେ ଫାଟେ ନାହିଁ। ଯଦି ଆପଣଙ୍କ ଫ୍ରିଜ୍ ୧୦ ବର୍ଷରୁ ଅଧିକ ପୁରୁଣା ଏବଂ ଏହାକୁ ବ୍ୟବହାର କରାଯାଉଛି, ତେବେ ସତର୍କ ରହିବା ଆବଶ୍ୟକ। ଫ୍ରିଜ୍ ଯେତେ ପୁରୁଣା ହୁଏ, ଏହାର ଫାଟିବାର ଆଶଙ୍କା ସେତେ ବଢିଥାଏ। ପୁରୁଣା ଫ୍ରିଜ୍ ପ୍ରତି ଆପଣ ଅଧିକ ସତର୍କ ରହିବା ଆବଶ୍ୟକ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories