ସଂକୁଚିତ କର୍ମନିଯୁକ୍ତି ଆଶୁ ବିପଦ

0

ପଶୁପତିନାଥ ଚାଟାର୍ଜୀ

prayash

ଦେଶର ଅର୍ଥନୀତିରେ ସୁସ୍ଥତାର ଏକ ସୂଚକ ମାନଦଣ୍ଡ ଭାବରେ କର୍ମନିଯୁକ୍ତି ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଦାନ। କର୍ମନିଯୁକ୍ତିର ପରିସର ଯେ​‌େ​ତ ବ୍ୟାପକ ହେବ, ଅର୍ଥନୀତି ସେତେ ସବଳ ହେବ ଏବଂ ଦେଶର ବିକାଶ ଓ ପ୍ରଗତି ସେତିକି ଗତିଶୀଳ ହେବବୋଲି ଅର୍ଥନୀତିବିଦ୍‌ମାନେ ବିଚାର କରନ୍ତି। ଏହା ଅର୍ଥନୈତିକ କର୍ମକାଣ୍ଡର ଏକ ବିଚ୍ଛିନ୍ନ ଧାରା ନୁହେଁ, ବରଂ ସାମୂହିକ ଜାତୀୟ ଅଗ୍ରଗତିକୁ ପଥିକୃତ୍ କରେ। ଏହା ଅର୍ଥନୀତିର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଭାବିତ ଓ ସ୍ପନ୍ଦିତ କରେ। ତେଣୁ କର୍ମନିଯୁକ୍ତି ଯେତେ ଅଧିକ, ଅର୍ଥନୀତି ସେତେ ବିକଶିତ। ଏହି ସିଦ୍ଧାନ୍ତକୁ ଓଲଟାଇ ଦେଖିଲେ ଦେଶରେ ଯେତେ ଅଧିକ ବେରୋଜଗାରୀ ରହିବ, ନାଗରିକଙ୍କର ଜୀବନ ସେତେ କଷ୍ଟକର ହେବ ଏବଂ ଅର୍ଥନୈତିକ ବ୍ୟବସ୍ଥା ସେତେ ଦୁର୍ବଳ ହେବ। ଆମ ଦେଶଭଳି ଏକ ବିରାଟ ଜନବହୁଳ ରାଷ୍ଟ୍ରପାଇଁ ଏହା ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ରାଷ୍ଟ୍ରଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା କାର୍ଯ୍ୟପାଳିକା ଓ ବିଧାନସଭା ତଥା ସଂସଦ ସର୍ବଦା ବେକାରୀ ହ୍ରାସ କରି କର୍ମନିଯୁକ୍ତି ବୃଦ୍ଧି କରିବା ପ୍ରୟୋଜନ ବୋଲି ଅର୍ଥନୀତି ବିଶାରଦ ମତ ଦେଇଥାଆନ୍ତି।
୧୯୪୭ ମସିହାରେ ଭାରତ ସ୍ବାଧୀନତା ଲାଭ କଲାବେଳେ ଦେଶର ଜନସଂଖ୍ୟା ମାତ୍ର ୩୩କୋଟି ଥିବାବେଳେ ଆଜି ତାହା ୧୩୫ କୋଟିରେ ପହଞ୍ଚିଛି। ଜନସଂଖ୍ୟା ଯେମିତି ବୃଦ୍ଧି ପାଇଛି ବିକାଶର ଧାରା ମଧ୍ୟ ସେତିକି ତ୍ବରାନ୍ବିତ ହୋଇଛି। ସ୍ବାଧୀନତା ପରେ (୧୯୫୦) ଦେଶର ମୋଟ ଘରୋଇ ଉତ୍ପାଦନ (ଜିଡିପି)୯୩୭୦ କୋଟି ଟଙ୍କା ଥିବାବେଳେ ୨୦୧୮ରେ ତାହା ଆକାଶଚୁମ୍ବୀ ହୋଇ ୧୭୦ ଟ୍ରିଲିଅନରେ ପହଞ୍ଚିଛି (୧ ଟ୍ରିଲିଅନ= ୧ଲକ୍ଷ କୋଟି)। ଏଠାରେ ଉଲ୍ଲେଖନୀୟ ଯେ ଏହି ମୋଟ ଘରୋଇ ଉତ୍ପାଦନ ଜାତୀୟ ସମ୍ପଦ ସୃ​‌ଷ୍ଟି କରିଥାଏ। ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ହୁଏତ ଏ ସଂଖ୍ୟାଟି କଳ୍ପନା ବାହାରେ ହୋଇପାରେ। ଅର୍ଥନୀତିର ଅନ୍ୟାନ୍ୟ ଉପାଦାନ ଓ କ୍ଷେତ୍ରରେ ମଧ୍ୟ ସେମିତି ଅଗ୍ରଗତି ହୋଇଛି। ହେବା ସ୍ବାଭାବିକ ମଧ୍ୟ, କିନ୍ତୁ ଜନସଂଖ୍ୟା ଓ ମୋଟ ଘରୋଇ ଉତ୍ପାଦନର ଏକ ତୁଳନା କଲେ ଯାହା ସାମନାକୁ ଆସେ ତାହା ଆମ ସମସ୍ତଙ୍କୁ ଚକିତ କରିଦିଏ। ଜନସଂଖ୍ୟା ହାରାହାରି ୫.୮ ଅନୁପାତରେ ବୃଦ୍ଧି ପାଇଥିବାବେଳେ ମୋଟ ଘରୋଇ ଉତ୍ପାଦନ ୨୦୦୦ରୁ ଅଧିକ ଗୁଣରେ ବୃଦ୍ଧି ପାଇଛି। ଏଠାରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଲା- ସ୍ବାଧୀନତାବେଳେ କୃଷି, ଶିଳ୍ପ ଓ ସେବା କ୍ଷେତ୍ରରେ ଜିଡିପିରେ ଯୋଗଦାନ ଯଥାକ୍ରମେ ଶତକଡ଼ା ୫୨, ୧୪ ଓ ୩୩ ଥିବାବେଳେ ୨୦୧୭ରେ ତାହା ୧୭, ୨୯ ଓ ୫୪ରେ ପହଞ୍ଚିଛି। ସ୍ବାଧୀନତାବେଳେ ଭାରତ ମୂଳତଃ ଏକ କୃଷିପ୍ରଧାନ ରାଷ୍ଟ୍ର ଥିଲା। ଶିଳ୍ପର ପ୍ରସାର ଓ ସେବା କ୍ଷେତ୍ରର ବୃଦ୍ଧି ସଙ୍ଗେସଙ୍ଗେ ଦେଶର ଅର୍ଥନୀତିର ଢାଞ୍ଚା ମଧ୍ୟ ବଦଳିଛି। ସ୍ବାଧୀନତାବେଳେ ଦେଶର ମୁଣ୍ଡପିଛା ଆୟ ମାତ୍ର ୨୪୯.୬୦ ଥିଲାବେଳେ ୨୦୧୭ରେ ତାହା ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଏହାର ବାର୍ଷିକ ବୃଦ୍ଧିର ହାର ୫.୭ ପ୍ରତିଶତ, କିନ୍ତୁ ଆୟର ବ୍ୟବଧାନ, ସର୍ବନିମ୍ନ ଆୟ ଓ ସର୍ବୋଚ୍ଚ ଆୟ, ସ୍ବାଧୀନତାବେଳେ ଯେତେ ଥିଲା, ଆଜି ତାହା ବହୁଗୁଣରେ ବୃଦ୍ଧି ପାଇଛି। ଏହି ବ୍ୟବଧାନ ବା ​‌େବୖଷମ୍ୟର ବୃଦ୍ଧି ଜାତୀୟ ଅର୍ଥନୈତିକ ସନ୍ତୁଳନକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି।
ସିମଳାସ୍ଥିତ କେନ୍ଦ୍ର ସରକାରଙ୍କ ଭାରତୀୟ ଶ୍ରମ ବ୍ୟୁରୋର ରିପୋର୍ଟରେ ୨୦୧୬ ଆର୍ଥିକ ବର୍ଷରେ ସ୍ବାଧୀନତା ପରଠାରୁ ସବୁଠାରୁ କମ୍‌ ନିଯୁକ୍ତି ମାତ୍ର ୧ଲକ୍ଷ ୩୬ହଜାର ଏବଂ ଏହାର ପୂର୍ବବର୍ଷ ୨୦୧୪ ଓ ୨୦୧୫ରେ ମଧ୍ୟ ନିଯୁକ୍ତି ହ୍ରାସ ପାଇବାରେ ଶଙ୍କିତ କେନ୍ଦ୍ରର ଏନଡିଏ ସରକାର ଲେବର ବ୍ୟୁରୋ ପକ୍ଷରୁ ପ୍ରକାଶ ପାଉଥିବା ନିଯୁକ୍ତି ସମ୍ପର୍କୀୟ ସମୀକ୍ଷାକୁ ବନ୍ଦ କରିଦେଇଛନ୍ତି। କାରଣ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଆସିବାପରେ ବର୍ଷକୁ ବର୍ଷ କର୍ମସଂସ୍ଥାନ କମିବାରେ ଲାଗିଛି। ନୋଟ ଅଚଳ ପରେ ଏହା ଆହୁରି ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଥିଲା। ନିଯୁକ୍ତି ପରିବର୍ତ୍ତେ ୩୬ଲକ୍ଷ ଶ୍ରମିକ-କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ସେଣ୍ଟର ଫର୍‌ ମନିଟରିଙ୍ଗ ଇଣ୍ଡିଆନ୍‌ ଇକୋନୋମିକ୍‌ (ସିଏମଆଇ)ର ହିସାବ ଅନୁସାରେ କର୍ମସଂସ୍ଥାନ ବୃଦ୍ଧି ବଦଳରେ ହ୍ରାସର ସୂଚନା ଦିଏ। ଶ୍ରମ ଶକ୍ତିର ଅଂଶ ଗ୍ରହଣର ହାର ଏକ ସୂଚକ। ଏହି ହାର ୨୦୧୬-୧୭ରେ ଥିଲା ୪୯.୧ ପ୍ରତିଶତ। ତାହା ୨୦୧୮-୧୯ର ​‌େ​‌ତ୍ରୖମାସିକରେ ପହଞ୍ଚିଛି ୪୨.୭ ପ୍ରତିଶତ। ଶ୍ରମ ନିଯୁକ୍ତି ଲୋକଙ୍କ ହିସାବ ଅନୁସାରେ ୨୦୧୬-୧୭ରେ ଥିଲା ୪୦କୋଟି ୬୬ଲକ୍ଷ। ୨୦୧୭-୧୮ର ତାହା ୪୦ କୋଟି ୬୨ଲକ୍ଷ। ୨୦୧୮-୧୯ର ପ୍ରଥମ ​‌େ​‌ତ୍ରୖମାସିକରେ ତାହା କିମିଛି ୪୦କୋଟି ୬୯ଲକ୍ଷ। ସିଏମଆଇଇର ପରିସଂଖ୍ୟାନ କୁହେ କର୍ମଯୋଗାଣର ହାର ୧.୮ ପ୍ରତିଶତ ହୋଇଥିବାବେଳେ କର୍ମ ହରାଇବାର ହାର ୫ ପ୍ରତିଶତ। କେନ୍ଦ୍ରସରକାରଙ୍କ ଲେବର ବ୍ୟୁରୋ ୨୦୧୬ରେ କର୍ମ ହରାଇବାର ହାର ୫ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଲେବର ବ୍ୟୁରୋ ୨୦୧୬ରେ କର୍ମ ବଜାରର ସମୀକ୍ଷା କରି ଦେଖିଛି, ମାତ୍ର ଗୋଟିଏ ବର୍ଷରେ ସାରା ଦେଶରେ ୩୫ ପ୍ରତିଶତ ଶ୍ରମଜୀବୀ ଲୋକ କାର୍ଯ୍ୟ ହରାଇଛନ୍ତି ଅଭାବନୀୟ କମ୍‌ ମଜୁରି ବିନିମୟରେ ଅସ୍ଥାୟୀ ଠିକା କାମ କରିବାକୁ ବାଧ୍ୟ ହୋଇଛନ୍ତି ଯେଉଁମାନଙ୍କ ସଂଖ୍ୟା ୧୩ କୋଟିର ଶ୍ରମଜୀବୀ ମଣିଷ।
ଏହି ଅସମ ବୃଦ୍ଧି କର୍ମନିଯୁକ୍ତିକୁ ମଧ୍ୟ ପ୍ରଭାବିତ କରିଛି। ସ୍ବାଧୀନତାର ପ୍ରଥମ ଚାରି ଦଶକ କୃଷିର ଆଧୁନିକୀକରଣ, ରାଷ୍ଟ୍ରୀୟ ଉଦ୍ୟୋଗରେ ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ମାଧ୍ୟମରେ ପର୍ଯ୍ୟାପ୍ତ କର୍ମନିଯୁକ୍ତି ସୃଷ୍ଟିକରି ଏକ ମଜବୁତ୍‌ ସାମାଜିକ ସମ୍ପଦ ସୃଷ୍ଟି କରିବାର ଉଦ୍ୟମ ଭାରତକୁ ଆନ୍ତର୍ଜାତିକ କ୍ଷେତ୍ରରେ ଦୃଢ଼ତାର ସହ ଛିଡ଼ା କରୁଥିବାବେଳେ ୯୦ ଦଶକରୁ ଆରମ୍ଭ ହୋଇଥିବା ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ପ୍ରକ୍ରିୟା ଦେଶର ମେରୁଦଣ୍ଡକୁ ପ୍ରଚଣ୍ଡ ଆଘାତ ଦେବାରେ ଲାଗିଛି। ଅର୍ଥନୀତିର କେନ୍ଦ୍ରିତ ଧ୍ୟାନ ସାମୂହିକ ବିକାଶରୁ ହଟିଗଲାଣି। ଉତ୍ପାଦିକା ଶକ୍ତିକୁ ରାଷ୍ଟ୍ର ନିୟନ୍ତ୍ରଣରୁ କାଢ଼ି ଘରୋଇ ମାଲିକାନା ହାତକୁ ଅର୍ପଣ କରିବାର ପ୍ରୟାସ ହେଲାଣି। ‘ପୁଞ୍ଜିର ଘରୋଇ ମାଲିକାନା ଯେତେ ବ୍ୟାପକ ହେବ, ରାଷ୍ଟ୍ରର ଅର୍ଥନୀତି ​‌େ​‌ସତେ ସୁଦୃଢ଼ ହେବ ଓ ବିକାଶ ମଧ୍ୟ ସେତେ ତ୍ବରାନ୍ବିତ ହେବ। ଧନୀ ଲୋକଙ୍କର ଧନ ବୃଦ୍ଧି ନିମ୍ନ ସ୍ତରରେ ଥିବା ଲୋକମାନଙ୍କୁ ମଧ୍ୟ ସ୍ବଚ୍ଛଳ କରିବାରେ ସହାୟକ ହେବ।’ ଏପରି ଏକ ହାସ୍ୟାସ୍ପଦ ତତ୍ତ୍ବ ସମଗ୍ର ବିଶ୍ବରେ ଜାହିର କରାଯାଇଛି। ଅଧିକାଂଶ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ସେହି ନୀତିକୁ ଆପଣାଇଛନ୍ତି। ଏହି ‘ଟ୍ରିକିଲ୍‌ ଡାଉନ୍‌ ପାଥ’ ତତ୍ତ୍ବକୁ ପ୍ରୟୋଗକରି ବିଶ୍ବର ପୁଞ୍ଜି ନିୟନ୍ତ୍ରଣକାରୀ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କୁ ଅଧିକ ଶକ୍ତିଶାଳୀ କରାଯିବାବେଳେ ନିମ୍ନ ବର୍ଗର ଲୋକମାନେ ଅଧିକ ଶୋଷିତ ହେଉଛନ୍ତି। ଯଦିଓ ବର୍ତ୍ତମାନ ପ୍ରାୟ ଅଧିକାଂଶ ବିକଶିତ ୟୁରୋପୀୟ ରାଷ୍ଟ୍ର ଏହି ତତ୍ତ୍ବର ପୁନଃ ସମୀକ୍ଷାକରି ତଳସ୍ତରକୁ ବିକାଶ କ୍ରମଶଃ ବୋହିଯିବାର ପନ୍ଥା ଅନୁସରଣରୁ ବିରତ ହେଲେଣି। ଶୋଷଣର ପ୍ରତିରୋଧ ମଧ୍ୟ ଜୋରଦାର ହେଲାଣି। ଭାରତବର୍ଷରେ ମଧ୍ୟ ସେହି ଏକା ଅବସ୍ଥା। ମୁନାଫା ପାଇଁ ଶ୍ରମିକ-କର୍ମଚାରୀମାନେ ଅଧିକ ଶୋଷଣର ଶିକାର ହେଉଛନ୍ତି। ଦେଶର ଯେଉଁସବୁ ଆଇନ ବା ବିଧାନ ଶ୍ରମିକମାନଙ୍କୁ ସାମାନ୍ୟତମ ସୁରକ୍ଷା ଦେଉଥିଲା ସେସବୁକୁ ମଧ୍ୟ ହରଣ କରିବା ପାଇଁ ଚେଷ୍ଟା ଚାଲିଛି। ଅଧିକ ଲାଭ ପାଇଁ ଶ୍ରମକୁ ସଙ୍କୁଚିତ କରି ଶ୍ରମଜୀବୀଙ୍କ ଉପରେ ଅଧିକ ବୋଝ ଲଦି ଦିଆଯାଉଛି। ଆମ ଦେଶରେ ଅର୍ଥନୀତି ଏମିତି ଦିଶାହୀନ ହୋଇପଡ଼ିଲା ପରେ ମଧ୍ୟ ସେହି ‘ଟ୍ରିକଲ୍‌ ଡାଉନ୍‌ ପାଥ୍‌’ ଚାଲିଛି। କର୍ମନିଯୁକ୍ତି କମୁଛି ଓ ବେକାରୀ ବଢ଼ୁଛି। ଯେଉଁ ହିସାବରେ ଅର୍ଥନୀତିର ଅଗ୍ରଗତି ହେଉଛି, ସେହି ଅନୁପାତରେ କର୍ମନିଯୁକ୍ତି ବଢ଼ିପାରୁନାହିଁ। ବିକାଶ ଓ କର୍ମନିଯୁକ୍ତିର ସୂଚକାଙ୍କ ମଧ୍ୟରେ ଆକାଶ ପାତାଳର ଫରକ ରହୁଛି। ଏକ ସମାନ୍ତରାଳ ଧାରାରେ ଅଗ୍ରଗତି କରୁଥିବା ଭାରତ ଓ ଚୀନର ଅର୍ଥନୀତିକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ଚୀନ ଅନେକ କ୍ଷେତ୍ରରେ ଆଜି ଆମ ଦେଶକୁ ପଛରେ ପକେଇ ଦେଇଛି। ଆଜି ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଛି। କର୍ମନିଯୁକ୍ତି କ୍ଷେତ୍ରରେ ମଧ୍ୟ ଚୀନ ଭାରତଠାରୁ ଅନେକ ଆଗରେ ଅଛି। ଆମେ ବିକାଶ ନାଁରେ ଯେଉଁ ରାସ୍ତା ଗ୍ରହଣ କରିଛୁ, ତାହା ଠିକ୍‌ ନୁହେଁ; ବରଂ ଆମକୁ ତାହା ବିନାଶ ଆଡ଼କୁ ଟାଣିନେଉଛି। ଅର୍ଥନୀତିବିଦ୍‌ମାନେ ମତ ଦିଅନ୍ତି, କର୍ମନିଯୁକ୍ତି ବୃଦ୍ଧି ପାଇଲେ ଲୋକମାନଙ୍କର କ୍ରୟ କ୍ଷମତା ବୃଦ୍ଧି ପାଇବ ଓ ତାହା ଦେଶର ବଜାର ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ। ବଜାର ବୃଦ୍ଧି ପାଇଲେ ଚାହିଦା ବଢ଼ିବ ଏବଂ ଉତ୍ପାଦନ ମଧ୍ୟ ବୃଦ୍ଧିଲାଭ କରିବ। ତେଣୁ ଅର୍ଥନୀତିର ଏହି ଚକ୍ରକୁ ଅଧିକ ଗତିଶୀଳ କରିବାପାଇଁ କର୍ମନିଯୁକ୍ତି ବୃଦ୍ଧି ଅତ୍ୟନ୍ତ ଜରୁରୀ ଅଟେ। ଅଥଚ ସେ ଦିଗରେ ସରକାର ବା ରାଷ୍ଟ୍ରର ପୁଞ୍ଜିକୁ ନିୟନ୍ତ୍ରଣ କରୁଥିବା ପୁଞ୍ଜିପତିମାନେ ସମ୍ପୂର୍ଣ୍ଣ ଭାବରେ ଉଦାସୀନ ଅଟନ୍ତି।
ଏଠାରେ ଆଉ ଏକ ପରିସଂଖ୍ୟାନ ଦେଶର ଅର୍ଥନୀତିର ପ୍ରକୃତ ଚିତ୍ର ଆମ ସାମନାରେ ତୋଳି ଧରିବ। ଗତ ଦୁଇ ଦଶନ୍ଧି ଧରି ସମଗ୍ର ଜନସଂଖ୍ୟାର ଶତକଡ଼ା ପାଞ୍ଚ ପ୍ରତିଶତ ଲୋକଙ୍କର ପ୍ରକୃତ ଆୟ ବୃଦ୍ଧି ପାଇଥିବାବେଳେ ବାକି ଜନ ସମୂହର ଆୟ ହ୍ରାସ ପାଇଛି। ପ୍ରକୃତ ଆୟର ସମ୍ୟକ ଅର୍ଥ ହେଲା ବ୍ୟକ୍ତିର ଆୟ ଓ ତାହାର ବୃଦ୍ଧି ମୁଦ୍ରାସ୍ଫୀତିଜନିତ ବସ୍ତୁୁର ମୂଲ୍ୟବୃଦ୍ଧି ସହ ଅାନୁପାତିକ ଭାବରେ ଅଧିକ ହେବା ପ୍ରୟୋଜନ। ଅଥଚ ଅର୍ଥନୀତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ଏବଂ ରାଷ୍ଟ୍ର ଓ ସରକାରର ନିୟନ୍ତ୍ରଣ ବାହାରେ ହେବାକୁ ବସିଲାଣି।
କର୍ମନିଯୁକ୍ତିର ଏକ ଦୁର୍ବିସହ, ଦୁର୍ବଳ ଚିତ୍ର ଆଜି ଦୃଶ୍ୟମାନ। ପୂର୍ବରୁ ଉଲ୍ଲିଖିତ ମୋଟ ଘରୋଇ ଉତ୍ପାଦନର ଓ ଜନସଂଖ୍ୟାର ତଥ୍ୟ ପ୍ରେକ୍ଷାପଟ୍ଟରେ କର୍ମନିଯୁକ୍ତିକୁ ଦେଖିଲେ ଅର୍ଥନୀତିରେ ଏକ ନକାରାତ୍ମକ ରୂପ ସାମନାକୁ ଚାଲିଆସେ। ‘ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନମି’ ନାମକ ଗବେଷଣା ସଂସ୍ଥାର ତଥ୍ୟାନୁସାରେ ଜାନୁଆରୀ ୨୦୧୯ ସୁଦ୍ଧା ଭାରତରେ ବେକାରଙ୍କ ସଂଖ୍ୟା ହେଲା ୩.୧ କୋଟି। ଆଜମି ପ୍ରେମଜୀ ବିଶ୍ବବିଦ୍ୟାଳୟର ଦେଶର ଅର୍ଥନୈତିକ ହାଲଚାଲ ସମ୍ପର୍କିତ ଏକ ରିପୋର୍ଟ ଅନୁଯାୟୀ ସ୍ନାତକ ବେକାରଙ୍କ ହାର ଦେଶର ସମଗ୍ର ବେକାରୀ ହାରର ତିନିଗୁଣ। ଦେଶର ବେକାରୀ ଅବସ୍ଥା ଏତେ ଉତ୍କଟ ଯେ ଗତ ସେପ୍ଟେମ୍ବର ୨୦୧୮ରେ ରେଳବାଇର ୬୨୯୦୭ଟି ଚତୁର୍ଥ ଶ୍ରେଣୀଭୁକ୍ତ ଚାକିରି ପାଇଁ ୧୩ କୋଟି ଆବେଦନପତ୍ର ଆସିଥିଲା। ପଶ୍ଚିମବଙ୍ଗରେ ୨୦୧୭ରେ ୬୦୦୦ଟି ଚତୁର୍ଥ ଶ୍ରେଣୀ ଚାକିରି ପାଇଁ ୨୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ। ସେମିତି ମୁମ୍ବଇରେ ମାତ୍ର ୧୧୩୭ଟି କନଷ୍ଟେବଳ ଚାକିରି ପାଇଁ ୨ଲକ୍ଷରୁ ଅଧିକ ଆବେଦନ ପଡ଼ିଥିଲା। ଏମିତି ଆହୁରି ଅନେକ ଦୃଷ୍ଟାନ୍ତ ରହିଛି। ଚତୁର୍ଥ ଶ୍ରେଣୀର ପଦ ପାଇଁ ଇଞ୍ଜିନିୟର, ସ୍ନାତକ, ସ୍ନାତକୋତ୍ତର ଯୋଗ୍ୟତାସଂପନ୍ନ ପ୍ରାର୍ଥୀମାନେ ଆବେଦନ କରୁଛନ୍ତି। ଏଇଥିରୁ ଦେଶର ଚାକିରି ବଜାରର ହାଲ ଜଣାପଡ଼ୁଛି। କର୍ମନିଯୁକ୍ତିର ଯେଉଁ ତଥ୍ୟ ପ୍ରକାଶିତ ହେଉଛି, ସେଥିରେ ଏମିତି ଚାକିରି ମଧ୍ୟ ଅଛି ଯେଉଁଠାରେ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରିଠାରୁ ମଧ୍ୟ କମ୍‌ ଦରମା ମିଳୁଛି। ଛୋଟମୋଟ ବ୍ୟବସାୟୀ କରି ମାତ୍ର କେତେ ଶହ ଟଙ୍କା ଉତ୍ପାଦନ କରୁଥିବା ଲୋକଙ୍କୁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। ଏ ଧରଣର ନିଯୁକ୍ତି ବା କର୍ମସଂସ୍ଥାନରେ ପରିବାର ଚଳାଇବା ତ ଦୂରର କଥା, ଜଣେ ବ୍ୟକ୍ତି ଭଲଭାବରେ ଚଳିପାରିବା ସମ୍ଭବ ନୁହେଁ। ଅଥଚ ତାହା ପରିସଂଖ୍ୟାନର ଅଙ୍କ ବୃଦ୍ଧି କରୁଛି। ଏମିତି ଗୋଟିଏ ପରିସ୍ଥିତିରେ ଶାସନର ମଙ୍ଗ ଧରିଥିବା ଲୋକମାନେ ଏହାର ସମାଧାନ ଖୋଜିବା ପରିବର୍ତ୍ତେ ଦେଶର ବିକାଶକୁ ନେଇ କର୍ମନିଯୁକ୍ତିର ବ୍ୟାପକ ବୃଦ୍ଧି କଥା କହି ବାହୁସ୍ପୋଟ ମାରିବା ଅତ୍ୟନ୍ତ କ୍ଷୋଭର ବିଷୟ। ଏ ସମସ୍ୟାର ଆଶୁ ସମାଧାନ ଅତ୍ୟନ୍ତ ଜରୁରୀ।

kalyan agarbati
Leave A Reply