www.samajalive.in
Tuesday, December 9, 2025
16.1 C
Bhubaneswar

‘ଚିଟ ଇଣ୍ଡିଆ’ ହେଲା ‘ହ୍ୱାଇ ଚିଟ ଇଣ୍ଡିଆ’

ମୁମ୍ବଇ : ଇମରାନ ହାସିମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚିଟ ଇଣ୍ଡିଆ’ ମୁକ୍ତିଲାଭ କରିବା ପୂର୍ବରୁ ଏହାକୁ ବଡ ଝଟକା ଲାଗିଛି। ଖବର ଅନୁସାରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଇମରାନଙ୍କ ଚଳଚ୍ଚିତ୍ର ‘ଚିଟ ଇଣ୍ଡିଆ’ର ନାମକୁ ନେଇ ସନ୍ତୁଷ୍ଟ ନଥିଲେ। ଯେଉଁଥିପାଇଁ ସେ ସିନେମାର ନାମ ପରିବର୍ତ୍ତନ ପାଇଁ ନିର୍ଦେଶ ଦେଇଥିଲେ। ପରେ ସିନେମାର ନାମକୁ ପରିବର୍ତ୍ତନ କରାଯାଇ ଚଳଚ୍ଚିତ୍ରର ନାମ ‘ହ୍ୱାଇ ଚିଟ୍‍ ଇଣ୍ଡିଆ’ ରଖାଯାଇଛି। ଏହି ଚଳଚ୍ଚିତ୍ର ଜାନୁଆରୀ ୧୮ରେ ପରଦାକୁ ଆସିବ।
ସୂଚନାମୁତାବକ, କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ସ୍କ୍ରିନିଙ୍ଗ କମିଟି ଗତ ଗୁରୁବାର ଚଳଚ୍ଚିତ୍ର ଦେଖିଥିଲେ। ସେମାନେ କହିଥିଲେ ଚଳଚ୍ଚିତ୍ରର ନାମକରଣ ଅନୁସାରେ ତାର କାହାଣୀ ଦର୍ଶକ ମାନଙ୍କୁ ପସନ୍ଦ ଆସିବ ନାହିଁ। ଅପରପକ୍ଷେ ସିନେମା ନିର୍ମାତାଙ୍କ ତରଫରୁ କୁହାଯାଇଛି ଯେ ସିନେମାଟି ଦୁଇ ବର୍ଷ ହେବ ଏହି ଟାଇଟେଲରେ ଦର୍ଶକଙ୍କ ସହିତ ପରିଚିତ ହୋଇ ଆସିଛି। ଚଳଚ୍ଚିତ୍ରର ଟ୍ରେଲରରେ ମଧ୍ୟ ଏହି ନାମ ରଖାଯାଇଛି। କିନ୍ତୁ ସେନସର ବୋର୍ଡ ନିର୍ମାତାଙ୍କ କଥା ନଶୁଣି ତାଙ୍କ ଜିଦିରେ ଅଟଳ ରହିଥିଲେ। ତେବେ ନିର୍ମାତା ସେନସର ବୋର୍ଡର ନିଷ୍ପତ୍ତିକୁ ମାନିନେଇଛନ୍ତି। ତାଙ୍କ କହିବାଅନୁସାରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକିଅଛି। ଏହି ସମୟରେ ‘ଚିଟ୍‍ ଇଣ୍ଡିଆ’ ଚଳଚ୍ଚିତ୍ରର ନାମ ପରିବର୍ତ୍ତନ କରି ‘ହ୍ୱାଇ ଚିଟ ଇଣ୍ଡିଆ’ ରଖାଯାଇଛି। ଏହି ଚଳଚ୍ଚିତ୍ରରେ ଇମରାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ‘ଶ୍ରେୟା ଧନ୍ୱନ୍ତରୀ’। ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ‘ସୌମିକ ସେନ’। ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଶିକ୍ଷା ମାଫିଆ ଏବଂ ତାଙ୍କ ଦ୍ୱାରା ହେଉଥିବା ଭ୍ରଷ୍ଟାଚାର ଉପରେ ଆଧାରିତ ହୋଇଛି ସିନେମାର କାହାଣୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories