mission shakti banner

ପଶ୍ଚିମାଝଡ ପ୍ରଭାବରେ ନୂଆବର୍ଷରୁ ବର୍ଷା ସମ୍ଭାବନା

BSKY banner  750×100

ଭୁବନେଶ୍ବର: ପଶ୍ଚିମାଝଡ ପ୍ରଭାବରେ ନୂଆବର୍ଷର ପ୍ରାରମ୍ଭରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡକୁ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରେକର୍ଡ ହୋଇଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି, ବାୟୁ ଚଳାଚଳରେ ନିଷ୍କ୍ରିୟତା ତଥା ନିର୍ମଳ ଆକାଶ ହେତୁ କୁହୁଡି ପ୍ରଭାବ ବୃଦ୍ଧି ପାଇଛି ଏବଂ ଶୀତର ପ୍ରକୋପ କମିଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୭.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନୂଆପଡା ୧୧.୪, ଫୁଲବାଣୀ ୧୧.୫, ସମ୍ବଲପୁର ୧୫.୭, ସୁନ୍ଦରଗଡ ୧୩.୫, ହୀରାକୁଦ ୧୫.୫, ବାଲେଶ୍ବର ୧୬.୩, ବଲାଙ୍ଗୀର ୧୨.୮, ବାରିପଦା ୧୪, ଝାରସୁଗୁଡା ୧୩.୮, କଟକ ୧୬ ଏବଂ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ଅନେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସମ୍ଭାବନା ରହିଛି।

ଶନିବାର ସକାଳେ ଫୁଲବାଣୀ, ନୟାଗଡ, କୋରାପୁଟ, ରାଉରକେଲା ଏବଂ ସୁବର୍ଣ୍ଣପୁରରେ ଘନ କୁହୁଡି ପଡିଥିବା ବେଳେ ଭବାନୀପାଟଣା, ଝାରସୁଗୁଡା, କେନ୍ଦୁଝର, ଚାନ୍ଦବାଲି ଏବଂ ସମ୍ବଲପୁରରେ କୁହୁଡି ଦୃଶ୍ୟମାନ ହୋଇଛି। ରବିବାର ସକାଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ଦେବଗଡ, ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ସତର୍କ ରହିବା ପାଇଁ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ଏସ୍‌ଆରସି ସତ୍ୟବ୍ରତ ସାହୁ ପରାମର୍ଶ ଦେଇଛନ୍ତି।
ନୂଆବର୍ଷରୁ…

Comments are closed.