www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ ପାଣି ପିଇବାର ସଠିକ ନିୟମ

ଶରୀରକୁ ପର୍ଯ୍ୟପ୍ତ ମାତ୍ରାରେ ପାଣି ଆବଶ୍ୟକ। ମାତ୍ର ଦୈନିକ ଆବଶ୍ୟକ ଅନୁଯାୟୀ ସଭିଏଁ ପାଣି ପିଇ ନଥାଆନ୍ତି। ଫଳରେ ସ୍ୱାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ,ବିଶେଶଜ୍ଞଙ୍କ ମତରେ ଦିନ ମଧ୍ୟରେ କେତେ ପରିମାଣରେ ଓ କିପରି ପାଣି ପିଇବା ଆବଶ୍ୟକ।
ଦିନ ମଧ୍ୟରେ ୮ ରୁ ୧୦ ଗ୍ଲାସ ଅର୍ଥାତ ପ୍ରାୟ ୨ ଲିଟର ପାଣି ପିଇବା ଆବଶ୍ୟକ।
ସିଧାସଳଖ ଫ୍ରିିଜରୁ ଥଣ୍ଡା ପାଣି କାଢି ପିଇବା ଅନୁଚିତ। ଏହା ଥଣ୍ଡା ଜନିତ ସମସ୍ୟା ସୃଷ୍ଟି କରିବା ସହ ପେଟ ଗରମ କରିଥାଏ। ଫଳରେ ଶରୀର ଅସୁସ୍ଥ ହୋଇଥାଏ। ଫ୍ରିଜରୁ ପାଣି କାଢି ସେଥିରେ କିଛି ସାଧା ପାଣି ମିଶାଇ ପିଅନ୍ତୁ।
ଯଦି ଆପଣଙ୍କୁ ଥଣ୍ଡା ଜନିତ ସମସ୍ୟା ଲାଗି ରହୁଛି, ତେବେ ଅଳ୍ପ ଉଷୁମ ପାଣି ପିଅନ୍ତୁ। ଥଣ୍ଡା ସମୟରେ ନିୟମିତ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା ଦୂର ହେବା ସହ ଗଳା ଦରଜ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ସର୍ବଦା ସୁରେଇରେ ଥିବା ପାଣି ପିଅନ୍ତୁ।
ଖାଦ୍ୟ ଖାଇବା ଅଧ ଘଣ୍ଟା ଆଗରୁ ଓ ଅଧ ଘଣ୍ଟା ପରେ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ଅଧିକ ଆବଶ୍ୟକ ନହେଲେ ଖାଦ୍ୟ ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ।
ଖରାଦିନରେ ଅଧିକ ଲେମ୍ବୁ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖରା ଦିନରେ ମଧ୍ୟ ଆମ ଶରୀରରେ ସଠିକ ଜଳୀୟ ଅଂଶ ରହେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories