www.samajalive.in
Sunday, December 7, 2025
14.1 C
Bhubaneswar

ଘରେ ସୁଖ, ଶାନ୍ତି ବଜାୟ ରଖିବାକୁ ଚାହୁଁଛନ୍ତି କି ? ମୁଖ୍ୟ ଦ୍ବାରରେ ଲଗାନ୍ତୁ ଏହି ଚିହ୍ନ

ବେଳେବେଳେ ଏପରି ହୁଏ ଘରେ ସବୁକିଛି ଅଶୁଭ ହୋଇଚାଲେ। ଯେତେଯାହା ଉପଚାର କଲେ ମଧ୍ୟ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ। ହେଲେ ଲୋକେ ଏବିଷୟରେ ଅଜଣା ଥାଆନ୍ତି ଯେ, ଏସବୁ ଘରର ବାସ୍ତୁ ଦୋଷ ଯୋଗୁଁ ହୋଇଥାଏ। ଘରେ ବାସ୍ତୁଦୋଷ ରହିଲେ ଘରର ସଦସ୍ୟମାନେ ସର୍ବଦା ନିରାଶ, ଉଦାସ ଏବଂ ଦୁଃଖରେ ରହିଥା’ନ୍ତି। ଏଥିସହିତ ଘରର ସମସ୍ୟମାନେ ରୋଗରେ ମଧ୍ୟ ପୀଡ଼ିତ ହୋଇଥା’ନ୍ତି। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ଘରର ମୁଖ୍ୟ ଦ୍ବାର ସହିତ ଜଡ଼ିତ ହୋଇ ରହିଛି। ଅର୍ଥାତ୍ ଏପରି କିଛି ଜିନିଷ ଅଛି ଯାହାକୁ ଘରର ମୁଖ୍ୟ ଦ୍ବାରରେ ଲଗାଇବା ଦ୍ବାରା ଘରର ବାସ୍ତୁଦୋଷ ଦୂର ହେବା ସହ ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ଫଳରେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ। ତେବେ ଚାଲନ୍ତୁ ଜାଣିବା କ’ଣ ସେହି ଜିନିଷ ଯାହାକୁ ଘରର ମୁଖ୍ୟ ଦ୍ବାରରେ ଲଗାଇଲେ ସୁଖ ଶାନ୍ତି ବଜାୟ ରହିବ –

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ବାର ମହତ୍ୱପୂର୍ଣ୍ଣ ହୋଇଥାଏ। କାରଣ ଏହା ଦ୍ବାରା ଘରେ ଭଲ ବା ଖରାପ ଶକ୍ତି ପ୍ରବେଶ ହୋଇଥାଏ। ଘର କିମ୍ବା ଅଫିସରେ ବାସ୍ତୁ ଦୋଷ ରହିଥିଲେ ପ୍ରବେଶ ଦ୍ବାରରେ ଓଁ ବା ସ୍ବସ୍ତିକ ଚିହ୍ନର ଷ୍ଟିକର ଲଗାନ୍ତୁ। ଏହି ଦୁଇ ଚିହ୍ନ ବାସ୍ତୁଶାସ୍ତ୍ର ଅନୁଯାୟୀ ବହୁତ ପବିତ୍ର ହୋଇଥାଏ। ଏହାର ଉପସ୍ଥିତିରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।
ଏହା ବ୍ୟତୀତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରର ମୁଖ୍ୟ କବାଟ ତିଆରି କରିବା ସମୟରେ ଏହା ଯେପରି ଘର ଭିତରକୁ ଖୋଲିବ ସେଥିପ୍ରତି ଧ୍ୟାନ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ କବାଟ ବାହାରକୁ ଖୋଲିବା ଦ୍ବାରା ନିଜ ସହିତ ଘରର ଖୁସି ମଧ୍ୟ ବାହାରକୁ ଚାଲିଯାଇଥାଏ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories