www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ, ସାମିଲ ହେଲା ୩ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଯୋଡି ହେଲା ୩ ଯୁଦ୍ଧ ଜାହାଜ। ଆଇଏନଏସ୍ ସୁରତ, ଆଇଏନଏସ୍ ନୀଳଗିରି ଏବଂ ଆଇଏନଏସ୍ ବାଘଶୀର ସାମିଲ ହୋଇଛି । ମୁମ୍ବାଇ ନାଭାଲ୍ ଡକୟାର୍ଡରେ ପ୍ରଧାନମନ୍ତ୍ରୀ ସମର୍ପିତ କରିଛନ୍ତି। ଆଜି ନୌସେନା ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପିଏମ୍ ମୋଦୀ। ଦେଶ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ଯବାନ ମାନଙ୍କୁ ନମସ୍କାର ଜଣାଇଛନ୍ତି। ସେନା ବାହିନୀର ବୀର ଯବାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୩ ଯୁଦ୍ଧ ଜାହାଜ ମେଡ୍ ଇନ୍ ଇଣ୍ଡିଆ , ଏହା ଅତି ଗୌରବର କଥା। ଯବାନ, ଶ୍ରମିକ ଓ କର୍ମଚାରୀଙ୍କ ପରିଶ୍ରମ ପାଇଁ ଏହି ସଫଳତା ମିଳିଛି। ବିଶ୍ଵ ଆମ ପରିବାର , ଆଉ ପରିବାରର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଭାରତ ଏବେ ସାମୁଦ୍ରିକ , ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି। ମେକ୍ ଇନ୍ ଇଣ୍ଡିଆ ସେନା ଯବାନଙ୍କ ବଳ ବଢାଉଛି। ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର , ଅନ୍ତରୀକ୍ଷରେ ଭାରତ ନିଜକୁ ସୁରକ୍ଷିତ କରୁଛି। ୩ ସେନା ବ୍ୟତୀତ ଅନ୍ୟ ସେକ୍ଟରରେ ମଧ୍ୟ ଆମେ ଆଗକୁ ବଢୁଛୁ। ମେକ୍ ଇନ୍ ଇଣ୍ଡିଆ ପାଇଁ ଭାରତ ଅର୍ଥନୈତିକ ସ୍ଥିତି ସୁଦୃଢ ହେଉଛି। ଆମରି ଲୋକ ଭାରତରେ କାମ ପାଇଁ ରୋଜଗାରକ୍ଷମ ହେଉଛନ୍ତି। ଭାରତର ଏବେ ୩ୟ ଅର୍ଥନୀତି ଦେଶ ଆଡକୁ ଗତି କରୁଛି। ଗଭୀର ସମୁଦ୍ରରେ ବଡ ବଡ ପାହାଡର ନାମକରଣ  କରିଛି ଭାରତ। ଯେଉଁ ଦ୍ଵୀପରେ ଲୋକ ଯିବାକୁ ଡରନ୍ତି , ଭାରତ ତାକୁ ମନିଟରିଂ କରୁଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories