www.samajalive.in
Saturday, December 6, 2025
26.1 C
Bhubaneswar

ଧବଳେଶ୍ବର କପ କ୍ରିକେଟ, ଫାଇନାଲରେ ସୁରପ୍ରତାପ କ୍ଲବ

ଆଠଗଡ: ଆଠଗଡ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଧବଳେଶ୍ବର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ମ୍ୟାଜେଷ୍ଟିକ କ୍ଲବକୁ ହରାଇ ସୁରପ୍ରତାପ କ୍ଲବ ଫାଇନାଲରେ ପ୍ରବେଶ କରିଛି। ଆଠଗଡ ଭେଟେରାନ କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ରୂପେ ଡାକ୍ତର ସମୀର କୁମାର ଜଗତୀ, ସମ୍ମାନିତ ଅତିଥି ଭାବେ ଅର୍ଦ୍ଧେନ୍ଦୁ ମହାନ୍ତି ଓ ଭେଟେରାନ କ୍ରିକେଟ ଆସୋସିଏସନର ସଭାପତି ବିଷ୍ଣୁ ପ୍ରସାଦ ମିଶ୍ର ଯୋଗଦେଇ ମ୍ୟାଚ ଉଦଘାଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଆଠଗଡର ମ୍ୟାଜେଷ୍ଟିକ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଢେଙ୍କାନାଳର ସୁର ପ୍ରତାପ କ୍ରିକେଟ କ୍ଲବ ୧୧.୨ ଓଭରରେ ଧୂଆଁଧାର ବ୍ୟାଟିଙ୍ଗ କରି ମାତ୍ର ୨ ଟି ହରାଇ ୧୪୮ ରନ ସଂଗ୍ରହ କରି ବିଜୟୀ ହେବା ସହ ଫାଇନାଲ କୁ ଉନ୍ନୀତ ହୋଇଛି। ସୁରପ୍ରତାପ କ୍ଲବର ଚନ୍ଦନ ମହାପାତ୍ର ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ସୁର ପ୍ରତାପ କ୍ଲବର ଅଲରାଉଣ୍ଡର ଚନ୍ଦନ ମହାପାତ୍ରଙ୍କୁ ଆମନ୍ତ୍ରିତ ଅତିଥି କାଉନସିଲର ମନୋରଞ୍ଜନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ। ଅଲୁପ ଦାଶ ଓ ମନୋରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories