www.samajalive.in
Sunday, December 7, 2025
13.1 C
Bhubaneswar

କିଶୋର – ବାଇଡଙ୍କ ସ୍ମୃତି ସଂସଦ ଗଠିତ

ଫୁଲବାଣୀ:ପବିତ୍ର ବ୍ୟାସ କବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳର ଯୁବକବି କିଶୋର ପଟ୍ଟନାୟକ ଓ ବ୍ୟଙ୍ଗକବି ବାଇଡଙ୍କ ଦାସଙ୍କ ସ୍ମୃତିରେ “କିଶୋର ବାଇଡଙ୍କ ସ୍ମୃତି ସଂସଦ” ନାମରେ ଏକ ଅନୁଷ୍ଠାନ ଗଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ସୁସାହିତ୍ୟିକ କୈଳାସ ଚନ୍ଦ୍ର ଧଳଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଦୁଇ ଦିବଂଗତ ସ୍ରଷ୍ଟାଙ୍କ କୃତିକୁ ଉଜ୍ଜୀବିତ ରଖିବା ଓ ଆଗାମୀ ପିଢ଼ି ମାନଙ୍କ ପାଖରେ ପହଞ୍ଚେଇବା ଲକ୍ଷ୍ୟ ନେଇ ଏହି ସଂସଦ ଗଠନର ଉଦେଶ୍ୟ ବୋଲି ମତ ରଖିଥିଲା ବେଳେ ସହଯୋଗୀ ପ୍ରସନ୍ନ କୁମାର ପଣ୍ଡା ଆଗାମୀ ସମୟରେ ଏହାର ରୂପରେଖ ଚୂଡାନ୍ତ ହୋଇ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କହିଥିଲେ। ବୈଠକରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ରନାଥ ମିଶ୍ର, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡ଼ ଚିତ୍ତରଞ୍ଜନ ମିଶ୍ର, ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ବିଜୟ କୁମାର ମହାନ୍ତି, ଜିଲ୍ଲା ଲେଖକ ସାମ୍ମୁଖ୍ୟର ପ୍ରାକ୍ତନ ସମ୍ପାଦକ ଅଶୋକ କୁମାର ମିଶ୍ର, କମଳା ପ୍ରକାଶିନୀର ସଭାପତି ରାମକୃଷ୍ଣ ବେହେରା, ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସଂଗଠନ ସମ୍ପାଦକ ସୋମନାଥ ସାହୁ, ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ଜିଲ୍ଲା ସଭାପତି ନବକିଶୋର ରଥ, ଶିକ୍ଷାବିତ ଦୁର୍ଯ୍ୟୋଧନ ପ୍ରଧାନ, ସାମ୍ବାଦିକ ସଦାଶିବ ପାତ୍ର, ବ୍ୟବସାୟୀ ସଚିନ୍ଦ୍ର କୁମାର ପାଢ଼ୀ, ନାରୀକବି ଶ୍ରୀମତୀ ପ୍ରଣତି ତ୍ରିପାଠୀ, ନିରୁପମା ମଣ୍ଡଳ, ଗୌରୀ ପାଢ଼ୀ , ପ୍ରେମଳତା ସାହୁ, ପୁଷ୍ପିତା ପଟ୍ଟନାୟକ, ଅଧ୍ୟାପିକା ହରପ୍ରିୟା ମିଶ୍ର, ସାହିତ୍ୟିକ କେମୋ ଦିଗାଲ, ନାଭିଦତ୍ୟ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories