www.samajalive.in
Monday, December 8, 2025
20.1 C
Bhubaneswar

ମନ୍ଦିରକୁ ନେଇ କରନ୍ତୁନି ରାଜନୀତି,ସ୍ଵତ୍ତ୍ଵ ଲିପି ନେଇ ଗଠନ ହେବ କମିଶନ: ଆଇନମନ୍ତ୍ରୀ

ଭୁବନେଶ୍ଵର : ୩ ଦିନ ଧରି ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ଘଟଣା। ବିବାଦର ସମାଧାନ ଲାଗି ଆଜି ଆଇନମନ୍ତ୍ରୀ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ କିଛି ନିଷ୍କର୍ସ ବାହାରିପାରିନାହିଁ। ​‌ତେବେ ଏହି ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି , ଆଜି ସନ୍ଧ୍ୟାରେ ଟ୍ରଷ୍ଟ ବୋର୍ଡର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ। ଆଜି ଟ୍ରଷ୍ଟ ବୋର୍ଡ ଏ ନେଇ ଦଁଅଢ ନିଷ୍ପତ୍ତି ଗ୍ରହଣ କରିବ। ମହାପ୍ରଭୁଙ୍କ ସ୍ଵତ୍ତ୍ଵଲିପିରେ କିଛି ଆଇନଗତ ସମସ୍ୟା ରହିଛି। ଶୀଘ୍ର ଏହାର ସମାଧାନ କରାଯିବ। ଶୀଘ୍ର ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ଵ ଦିଆଯିବ। ସିଙ୍ଗିଲ୍ ମେମ୍ବର କମିଶନ ଭାବେ କାର୍ଯ୍ୟ କରିବେ ବିଚାରପତି। ଯାହା ପୂର୍ବରୁ ବିଧି ରହିଛି , ତାହାର ତର୍ଜମା କରିବେ ବିଚାରପତି। ଦୁଇ ମାସ ଭିତରେ ଡ୍ରାଫ୍ଟ କରି ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିବେ। ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି କିଛି ଲୋକ ମୁଣ୍ଡ ପୁରାଇ ରାଜନୈତିକ ରୁଟି ସେକୁଛନ୍ତି। ଏହା ଆମେ କରିବାକୁ ଦେବୁ ନାହିଁ , ସମସ୍ତେ ସୁଧୁରି ଯାଆନ୍ତୁ। ପୂର୍ବ ସରକାର ଅମଳରେ ସମସ୍ୟା ସମାଧାନ  ପାଇଁ କିଛି ହେଲାନି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories